Monday, March 23, 2026
27.4 C
Odisha

    ତମ୍ବା ପାତ୍ରରେ ପାଣି ପିଇଲେ କି ଲାଭ ମିଳେ ଆସନ୍ତୁ ଜାଣିବା

    ଆଗକୁ ପଢନ୍ତୁ

    ପ୍ରତିଦିନ ଯଦି ସକାଳେ ତମ୍ବା ପାତ୍ରରେ ପାଣି ପିଇବା ପରେ ଯାଇଁ କୌଣସି କାର୍ଯ୍ଯ ଆରମ୍ଭ କରିବା ତେବେ ତାହାର କିଛି ଖାସ୍ ମହତ୍ବ ରହିଛି । ଆଜ୍ଞା ହଁ, ଭାରତୀୟ ପରମ୍ପରା ଅନୁସାରେ ତମ୍ବା ପାତ୍ରରେ ପାଣି ପିଆଯାଇଥାଏ । ଯାହାର ବହୁତ କିଛି ଫାଇବା ରହିଥାଏ । ବର୍ତ୍ତମାନ ଏହି କଥାର ସତ୍ୟତା ଥିବା ମେଡିକାଲ ରିପୋର୍ଟରୁ ପ୍ରକାଶ ପାଇଛି । ତେବେ ଆମ ପୂର୍ବଜ ମାନଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ଉପାୟ ଗୁଡିକ ଆମେ ପଛରେ ପକାଇ ଆଗକୁ ବଢିବାରେ ଲାଗିଛେ, ଯାହା ସମ୍ପୂର୍ଣ୍ଣ ଭାବେ ଭୁଲ୍ ।

    ଯଦି ଆମେ ପୁଣିଥିରେ ସେହି ସବୁ ଉପାୟ ଗୁଡିକ ଗ୍ରହଣ କରିବା ତେବେ ଆମ ଶରୀରରେ କୌଣସି ପ୍ରକାର ରୋଗ ପ୍ରବେଶ କରିବ ନାହିଁ ଏବଂ ଶରୀରକୁ ବିଭିନ୍ନ ପ୍ରକାରର ଉପକାର ମିଳିବ । ଏହିପରି ଏକ ଉପାୟ ହେଉଛି ଏକ ତମ୍ବା ପାତ୍ରରେ ରାତିରେ ପାଣି ରଖି ସେହି ପାଣିକୁ ସକାଳେ ପିଇବା । ଏଠାରେ ଆମେ କହିବାକୁ ଚାହୁଁଛୁ କି ମେଡିକାଲ ସୂତ୍ରରୁ ଏହା ପ୍ରମାଣିତ ହୋଇଛି କି, ତମ୍ବା ପାତ୍ରରେ ରଖାଯାଇଥିବା ପାଣି ଆମ ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ । ଏହାସହ ଆୟୁର୍ବେଦ ମଧ୍ୟ କହେ କି ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ବାରା ବହୁ ପ୍ରକାରର ରୋଗର ଭୟରୁ ମୁକ୍ତି ମିଳିଥାଏ। ଯଥା :-

    ଥାଇରଏଡ୍ ହୋଇନଥାଏ : ତମ୍ବାରେ ମହଜୁଦ ଥିବା କପର ଥାଇରୋକ୍ସିନ୍ ହରମୋନ୍କୁ କଣ୍ଟ୍ରୋଲ୍ କରିଥାଏ । ଯାହାଦ୍ବାରା ଥାଇରଏଡ୍ ହବାର ଭୟ ନଥାଏ ।

    ଗଣ୍ଠି ଦରଜରୁ ମିଳିଥାଏ ଲାଭ : ତମ୍ବା ରେ ମହଜୁଦ ଥିବା ପାଣିରେ ୟୁରିକ୍ ଏସିଡ୍ ମିଳିଥାଏ । ଯାହା ଗଣ୍ଠି ଦରଜ ପାଇଁ ରାମବାଣ ପରି କାର୍ଯ୍ୟ କରିଥାଏ ।

    ଗ୍ୟାସ ସମସ୍ୟାରୁ ମୁକ୍ତି : ତମ୍ବା ପାତ୍ରରେ ରଖାଯାଇଥିବା ପାଣିକୁ ପିଇବା ଦ୍ବାରା ଏସିଡିଟି କିମ୍ବା ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିବାସହ ହଜମ ପ୍ରକ୍ରିୟାରେ ସୁଧାର ଆସିଥାଏ ।

    କୋଲଷ୍ଟୋଲ ପରିମାଣ କମ୍ ହୋଇଥାଏ : ତମ୍ବା ପାତ୍ରରେ ରଖାଯାଇଥିବା ପାଣିକୁ ପିଇବା ଦ୍ବାରା ଶରୀରରେ କୋଲଷ୍ଟୋଲ ପରିମାଣ କମ୍ ହେବାସହ ହାର୍ଟ ମଜବୁତ୍ ହୋଇଥାଏ ।

    ରକ୍ତ ହିନତାରୁ ମିଳିଥାଏ ମୁକ୍ତି : ତମ୍ବା ପାତ୍ରରେ ଅତି କମରେ ୮ ଘଣ୍ଟା ପର୍ଯ୍ଯନ୍ତ ପାଣି ରଖି ସେହି ପାଣିକୁ ପିଇବା ଦ୍ବାରା ଏନିମିୟା ତଥା ରକ୍ତ ହିନତା ରୋଗକୁ ମୁକ୍ତି ମିଳିଥାଏ । ଏହି ପାଣିରେ ଭରପୁର ଥିବା କପର ଆପଣଙ୍କ ଶରୀରରେ ଥିବା ରକ୍ତ ହିନତାକୁ ଦୂର କରିବାରେ ସାହାଯ୍ଯ କରିଥାଏ ।

    କ୍ୟାନ୍ସରରୁ ବର୍ତ୍ତିବା ପାଇଁ ସହାୟକ ହୋଇଥାଏ : ତମ୍ବା ପାତ୍ରରେ ରଖାଯାଇଥିବା ପାଣି ରେ ପର୍ଯ୍ଯାପ୍ତ ପରିମାଣରେ ଆଣ୍ଟି ଅକ୍ସିଡେଣ୍ଟ୍ ରହିଥାଏ, ଯାହା ବୟସ ଛାପକୁ ଲୁଚାଇବା ସହ କ୍ୟାନସର ଭଳି ଗମ୍ଭୀର ରୋଗରୁ ଲଢିବା ପାଇଁ ସହାୟକ ହୋଇଥାଏ ।

    କେଶ ଝଡିବା କମ୍ ହୋଇଥାଏ : ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ବାରା କେଶ ଝଡିବା କମ୍ ହୋଇଥାଏ ।

    ଓଜନ କମିବାରେ ସହାୟ ହୋଇଥାଏ : ପ୍ରତିଦିନ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଫଳରେ ଓଜନ କମ୍ ହୋଇଥାଏ । ଏହାସହ ଶରୀରକୁ ବହୁ ପ୍ରକାରର ପ୍ରତିକାର ମିଳିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.4 ° C
    27.4 °
    27.4 °
    27 %
    1.6kmh
    99 %
    Mon
    29 °
    Tue
    36 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ