Thursday, October 15, 2026
28.2 C
Odisha

    ସିଲିଣ୍ଡରରୁ ଗ୍ୟାସ୍ କେବେ ସରିବ, ଜାଣିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

    ଆଗକୁ ପଢନ୍ତୁ

    ଏବେ ସମସ୍ତଙ୍କ ଘରେ ଚୁଲି ଅପେକ୍ଷା ଗ୍ୟାସ୍ ସିଲିଣ୍ଡର ଅଛି। ପ୍ରତ୍ୟେକ ଲୋକ ଚୁଲି ରୋଷେଇ ଅପେକ୍ଷା ଗ୍ୟାସ୍ ରୋଷେଇକୁ ଆପଣେଇ ନେଇଛନ୍ତି। ହେଲେ ଆପଣ ଜାଣିଛନ୍ତି ଯଦି ହଠାତ୍ ସିଲିଣ୍ଡରରୁ ଗ୍ୟାସ ସରିଯାଏ, ତେବେ ଖାଇବା ରୋଷେଇ ହୋଇପାରିବ ନାହିଁ। ତେଣୁ ପ୍ରାୟତଃ ଲୋକମାନେ ସିଲିଣ୍ଡର ଅର୍ଡର କରିଥିବା ତାରିଖକୁ ମନେ ରଖନ୍ତି। ଯାହାଦ୍ୱାରା ସିଲିଣ୍ଡରରେ କେତେ ଗ୍ୟାସ ବାକି ଅଛି ଏବଂ କେବେ ଯାଏଁ ଗ୍ୟାସ୍ ଚାଲିବ ତାହା ଆକଳନ କରିପାରିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ପଦ୍ଧତି ବିଷୟରେ କହିବାକୁ ଯାଉଛୁ ଯାହା ପରେ ଯଦି ଆପଣ ତାରିଖ ଭୁଲିଯାଆନ୍ତି, ତେବେ ଆପଣ ଚିନ୍ତା କରିବେ ନାହିଁ।

    ଏହି ପଦ୍ଧତି ଅନୁସରଣ କରନ୍ତୁ : ପ୍ରଥମେ ଆପଣ ଏକ ସଫା କପଡାକୁ ଭଲ ଭାବରେ ଓଦା କରନ୍ତୁ। ଏବେ ଏହି ଓଦା କପଡାକୁ ସିଲିଣ୍ଡର ଚାରିପାଖରେ ଗୁଡ଼ାନ୍ତୁ।

    କପଡାକୁ ପ୍ରାୟ ପାଞ୍ଚ ମିନିଟ୍ ପାଇଁ ସିଲିଣ୍ଡରରେ ଗୁଡ଼ାଇ ରଖନ୍ତୁ ଏବଂ ତାପରେ କପଡାକୁ କାଢି ଦେଖନ୍ତୁ। ଆପଣଙ୍କ ସୂଚନା ପାଇଁ ଆମେ ଆପଣଙ୍କୁ କହି ଦେଉଛୁ ଯେ ସିଲିଣ୍ଡରର ଯେଉଁ ଅଂଶ ଶୁଖିଯିବ ସେଠି ଗ୍ୟାସ ନାହିଁ ଏବଂ ସିଲିଣ୍ଡରର ଯେଉଁ ଅଂଶ ଓଦା ରହିବ ସେତିକି ଯାଏଁ ଗ୍ୟାସ୍ ଅଛି।

    ଏହା ପଛର ବିଜ୍ଞାନ କ’ଣ : ତେବେ ଆସନ୍ତୁ ଜାଣିବା ଏହି କୌଶଳ କିପରି କାମ କରେ। ଦେଖିବାକୁ ଗଲେ ଗ୍ୟାସ ସିଲିଣ୍ଡରରେ ଏଲପିଜି ଗ୍ୟାସ ଅଛି ଏବଂ ଏହି ଗ୍ୟାସ ଥଣ୍ଡା। ସିଲିଣ୍ଡରର ଯେଉଁ ଅଂଶରେ ଗ୍ୟାସ ରହିବ ନାହିଁ, ସେହି ଅଂଶ କପଡାର ପାଣି ଶୋଷି ନେବ। ସେହିପରି, ସିଲିଣ୍ଡରର ଯେଉଁ ଅଂଶରେ ଗ୍ୟାସ ରହିବ, ସେହି ଅଂଶ ଥଣ୍ଡା ରହିବ ଯାହା ଯୋଗୁଁ କପଡା ଶୀଘ୍ର ଶୁଖିବ ନାହିଁ।

    ଆପଣ ଓଜନ ଦ୍ୱାରା ଅନୁମାନ କରିପାରିବେ : ଏହା ବ୍ୟତୀତ ଆପଣ ଗ୍ୟାସ ସିଲିଣ୍ଡରର ଓଜନ ଦ୍ୱାରା ମଧ୍ୟ ଗ୍ୟାସ ଅନୁମାନ କରିପାରିବେ। ଯଦି ସିଲିଣ୍ଡର ଓଜନ ଲାଗେ ତେବେ ସିଲିଣ୍ଡରରେ ଗ୍ୟାସ ଅଛି କିନ୍ତୁ ଯଦି ସିଲିଣ୍ଡର ହାଲୁକା ଲାଗେ ତେବେ ସିଲିଣ୍ଡରରେ କମ୍ ଗ୍ୟାସ ଅଛି।
    ଆପଣ ଗ୍ୟାସ ସିଲିଣ୍ଡରକୁ ହଲାଇ ଗ୍ୟାସ୍ ଅଛି କି ନାହିଁ ଆକଳନ ମଧ୍ୟ କରିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.2 ° C
    28.2 °
    28.2 °
    73 %
    2.5kmh
    93 %
    Thu
    27 °
    Fri
    29 °
    Sat
    30 °
    Sun
    24 °
    Mon
    26 °

    ସମ୍ବନ୍ଧିତ