Wednesday, September 30, 2026
23.7 C
Odisha

    ତାତିରୁ ମିଳିବ ଆଶ୍ୱସ୍ତି, ଆସୁଛି କାଳବୈଶାଖୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଖରାରେ ସିଝୁଛି ଓଡ଼ିଶା। ମାର୍ଚ୍ଚମାସ ଆରମ୍ଭରୁ ୪୨ ଡିଗ୍ରୀ ଛୁଇଁଲାଣି ଦିନ ତାପମାତ୍ରା। ତାତି ଏତେ ବଢ଼ିଲାଣି ଯେ, ଦିନ ୧୧ଟା ବାଜିଲେ ଆଉ ଘରୁ ବାହାରି ହେଉନି । ପ୍ରବଳ ତାତି ସାଙ୍ଗକୁ ଝାଞ୍ଜି ପବନ ଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଅଧିକ ରହିବା ହେତୁ ଦିନ ଓ ରାତିରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଏବେ ସେଥିରୁ ଟିକେ ଆଶ୍ୱସ୍ତି ମିଳିବାକୁ ଯାଉଛି।

    ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆଗାମୀ ୩ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମଲହରୀ ଜାରି ରହିବ। ୧୯ରୁ କିଛି ଅଞ୍ଚଳରେ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଥିବାରୁ ପାଗରେ ପରିବର୍ତ୍ତନ ଆସିବା ସମ୍ଭାବନା ରହିଛି। ବିଶେଷକରି ଦିନ ତାପମାତ୍ରା ହ୍ରାସ ପାଇବା ଦ୍ୱାରା ଗ୍ରୀଷ୍ମଲହରୀରୁ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ହେଲେ ୩ ଦିନ ପର୍ଯ୍ୟନ୍ତ ଖରାରେ ସିଝିବ ଓଡ଼ିଶା। ଏନେଇ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର ଏବଂ କଳାହାଣ୍ଡି ଜିଲ୍ଲାକୁ ଗ୍ରୀଷ୍ମଲହରୀ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଥିବା ବେଳେ ସୁନ୍ଦରଗଡ଼, ସୁବର୍ଣ୍ଣପୁର, କଳାହାଣ୍ଡି, ବୌଦ୍ଧ ଏବଂ ବଲାଙ୍ଗିର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ ଏବଂ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାର କିଛି ଅଞ୍ଚଳରେ ଉଷ୍ଣ ଆର୍ଦ୍ରତା ରହିବା ହେତୁ ପ୍ରବଳ ମାତ୍ରାରେ ଗୁଳୁଗୁଳି ଅନୁଭୂତ ହୋଇପାରେ।

    ଅପରପକ୍ଷରେ ବଲାଙ୍ଗିର, ମୟୂରଭଞ୍ଜ, ସମ୍ବଲପୁର ଏବଂ ବୌଦ୍ଧ ଜିଲାର କିଛି ଅଞ୍ଚଳରେ ରାତିରେ ବାୟୁମଣ୍ଡଳ ଆର୍ଦ୍ରତା ପରିମାଣ ଅଧିକ ଗରମ ରହିବା ସମ୍ଭାବନା ଥିବାରୁ ଉପରୋକ୍ତ ୪ଜିଲାରେ ରାତିରେ ପ୍ରଚଣ୍ଡ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି।
    ୨୦ରେ ଆଂଶିକ ଓ ତା’ପରେ ଦୁଇଦିନ ପାଗରେ ପରିବର୍ତ୍ତନ ହେବ। ବଙ୍ଗୋପସାଗରୀୟ ସାମୁଦ୍ରିକ ବାୟୁ ଆଭ୍ୟନ୍ତରୀଣ ଓଡ଼ିଶାକୁ ପ୍ରବାହ କରିବ। ଏହାସହିତ ୨୧ରେ ଉତ୍ତର-ପଶ୍ଚିମ ଓଡ଼ିଶା ଏବଂ ୨୨ରେ ଦକ୍ଷିଣ ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ପବନ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ୧୯, ୨୦, ୨୩ ଓ ୨୪ ତାରିଖରେ ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ୨୦ରେ ଦିନ ତାପମାତ୍ରା ୧ରୁ ୨ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ।୨୧ ଓ ୨୨ରେ ୪ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିପାରେ। ନୟାଗଡ଼ ଜିଲା ସମେତ ରାଜ୍ୟର କିଛି ଅଞ୍ଚଳରେ ରବିବାର ରାତିରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    86 %
    1.5kmh
    100 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ