Sunday, April 12, 2026
39 C
Odisha

    ତାତିରୁ ମିଳିବ ଆଶ୍ୱସ୍ତି : ୨ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ, ବିଭିନ୍ନ ଜିଲ୍ଲାକୁ ଆଲର୍ଟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କାଳବୈଶାଖି ପ୍ରଭାବରୁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଜାରି ରହିବ। କିନ୍ତୁ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ବଲାଙ୍ଗୀର ଓ ବୌଦ୍ଧରେ ପାରଦ ୪୦ ଡିଗ୍ରୀ ଛୁଇଁଥିବାବେଳେ ଅଧିକାଂଶ ଅଞ୍ଚଳ ଉତ୍ତପ୍ତ ରହିଛି। ବୁଧବାର ବଲାଙ୍ଗୀରରେ ସର୍ବାଧିକ ୪୧ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ ହୋଇଛି । ବୌଦ୍ଧରେ ୪୦ ଡିଗ୍ରୀ, ଟିଟିଲାଗଡ଼ ୩୯.୫, ଝାରସୁଗୁଡ଼ା ୩୯, ଭୁବନେଶ୍ବର ୩୫ ଏବଂ କଟକରେ ୩୪.୫ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ୪ ଦିନ ଯାଏଁ ତାପମାତ୍ରାରେ ସେପରି କିଛି ପରିବର୍ତ୍ତନ ହେବା ସମ୍ଭାବନା ନାହିଁ।

    ସେହିପରି ଗୁରୁବାର ସକାଳ ସୁଦ୍ଧା ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ୫୦ରୁ ୬୦ କିମି ବେଗରେ ପବନ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସମୟ ମଧ୍ୟରେ ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର,ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ କାଳବୈଶାଖୀ ହେବ।

    ସେହିପରି ଶୁକ୍ରବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନାଗିରି ଆଦି ସ୍ଥାନର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣରେ ବର୍ଷା ସହ ପବନ ବୋହିବାର ପୂର୍ବାନୁମାନ କରାଯାଇଛି । ୬ ତାରିଖଠାରୁ ପାଗ ଶୁଖିଲା ହେବା ସହ ତାପମାତ୍ରା ପୁଣି ବଢ଼ିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    9 %
    3.5kmh
    0 %
    Sun
    39 °
    Mon
    42 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ