Sunday, September 20, 2026
24.1 C
Odisha

    ତାମିଲନାଡ଼ୁରେ ‘ଡିଟୱା’ ପ୍ରଭାବ, ବିଭିନ୍ନ ସ୍କୁଲ ଓ କଲେଜରେ ପରୀକ୍ଷା ବାତିଲ୍

    ଆଗକୁ ପଢନ୍ତୁ

    ତାମିଲନାଡ଼ୁ : ଶ୍ରୀଲଙ୍କାରେ ଛାରଖାର କରିବା ପରେ ଭାରତ ମୁହାଁ ହୋଇଛି ବାତ୍ୟା ଡିଟୱା । ତାମିଲନାଡ଼ୁ, ପୁଡ଼ୁଚେରୀ ଉପକୂଳ ଆଡ଼କୁ ମାଡ଼ି ଆସୁଛି । ଆଜି ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଅତିକ୍ରମ କରିବ । ପ୍ରଭାବରେ ତାମିଲନାଡୁରେ ପବନ ସହ ବର୍ଷା ଆରମ୍ଭ ହୋଇଛି । ଆଗକୁ ଆହୁରି ଭୟଙ୍କର ରୂପ ନେବ । ତାମିଲନାଡୁରେ ରେଡ୍ ଆଲର୍ଟ ଜାରି ହୋଇଛି । ଆଜି ଚେନ୍ନାଇ ଏୟାରପୋର୍ଟରୁ ୪୭ ବିମାନର ଉଣାଣ ରଦ୍ଦ ହୋଇଛି ।

    ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପୁଡୁଚେରୀ ଓ ତାମିଲନାଡୁରେ ସମସ୍ତ ଶିକ୍ଷାନୁଷ୍ଠାନ ସୋମବାର ଯାଏ ଛୁଟି ଘୋଷଣା କରାଯାଇଛି । ବିଭିନ୍ନ ସ୍କୁଲ ଓ କଲେଜରେ ହେବାକୁ ଥିବର ପରୀକ୍ଷା ମଧ୍ୟ ବାତିଲ୍ ହୋଇଛି । ସେହିପରି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ଏନଡିଆରଏଫ୍ ର ୧୪ଟି ଟିମ୍ ନିୟୋଜିତ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    94 %
    1.1kmh
    92 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    24 °

    ସମ୍ବନ୍ଧିତ