Monday, July 21, 2025
30.5 C
Odisha

    ତାମିଲନାଡୁରେ ଟ୍ରକ-ବୋଲେରୋ ଦୁର୍ଘଟଣା: ‘ସକାଳ’ର ବ୍ଲକ ପ୍ରତିନିଧି ସହ ୪ ଆହତ

    ଆଗକୁ ପଢନ୍ତୁ

    ତାମିଲନାଡୁରେ ଓଡିଆ ସାମ୍ବାଦିକଙ୍କ ଗାଡି ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ-ବୋଲେରୋ କାର ଧକ୍କା ହୋଇ ଏହି ଦୁର୍ଘଟଣା ଘଟିଛି । ଏଥିରେ ଦୈନିକ ଖବର କାଗଜ ‘ସକାଳ’ର କାଲିମେଳା ବ୍ଲକ ପ୍ରତିନିଧି ଓ ପୋଟେରୁ ଖବର ଦାତାଙ୍କ ସହ ଅନ୍ୟ ଦୁଇଜଣ ସାମ୍ବାଦିକ ଆହତ ହୋଇଛନ୍ତି । ଆହତ ମାନେ ହେଲେ ସୌରଭ ମଣ୍ଡଳ, ବିଦ୍ୟୁତ ବୈରାଗୀ, ପ୍ରଶାନ୍ତ ସାହୁ, ରାଜେଶ ଓଝା । ରାମେଶ୍ବରମ ରାମାପୁରମ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ରାମନାଡ ମେଡିକାଲ କଲେଜରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଜଣଙ୍କ ଅବସ୍ଥା ସାମାନ୍ୟ ଗୁରୁତର ରହିଥିବା ଜଣାପଡିଛି । ସାହାଯ୍ୟ ପାଇଁ ସାମ୍ବାଦିକ ଓ ପରିବାର ଲୋକେ ଓଡିଶା ସରକାରଙ୍କ ସହଯୋଗ ଲୋଡିଛନ୍ତି। ତାମିଲନାଡୁକୁ ଏହି ସାମ୍ବାଦିକ ମାନେ ରାମେଶ୍ବରମ ଦର୍ଶନ ଲାଗି ସମସ୍ତ ଯାଉଥିଲେ ତେବେ ଏନେଇ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବା ସହ ତାମିଲନାଡୁର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.5 ° C
    30.5 °
    30.5 °
    63 %
    2.2kmh
    91 %
    Mon
    31 °
    Tue
    34 °
    Wed
    32 °
    Thu
    26 °
    Fri
    23 °

    ସମ୍ବନ୍ଧିତ