Friday, October 18, 2024
30.6 C
Odisha

    ତାରିଣୀ ମନ୍ଦିର ୩ନଂ ଗେଟ୍ ନିକଟରେ ଅଗ୍ନିକାଣ୍ଡ ; ୮ଟି ଭୋଗ ଦୋକାନ ଜଳିଗଲା

    ଆଗକୁ ପଢନ୍ତୁ

    କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଘଟଗାଁ ମା’ ତାରିଣୀଙ୍କ ମନ୍ଦିରର ୩ନଂ ଗେଟ୍ ନିକଟରେ ଶନିବାର ରାତିରେ ଅଗ୍ନିକାଣ୍ଡ ଘଟିଛି । ସେଠାରେ ଥିବା ଭୋଗ ଦୋକାନରେ ରାତିରେ ହଠାତ୍ ନିଆଁ ଲାଗି ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଭୋଗ ସାମଗ୍ରୀ ଓ ଷ୍ଟେସନାରୀ ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି । ସୂଚନାଯୋଗ୍ୟ, ମା’ ତାରିଣୀ ମନ୍ଦିର ପରିସର ପାଚେରିକୁ ଲାଗି ଶତାଧିକ ଭୋଗ ସାମଗ୍ରୀ ଓ ଷ୍ଟେସନାରୀ ଦୋକାନ କରି କିଛି ଲୋକ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ପ୍ରତି ସନ୍ଧ୍ୟାରେ ମା\’ଙ୍କ ଆରତି ସରିବା ପରେ ସବୁ ବ୍ୟବସାୟୀମାନେ ନିଜ ନିଜର ଦୋକାନ ବନ୍ଦ କରି ଘରକୁ ଯାଇଥାନ୍ତି । କିନ୍ତୁ ଶନିବାର ରାତି ୯ଟା ବେଳେ ମା\’ଙ୍କ ୩ନଂ. ଗେଟ୍‌କୁ ଲାଗିକରି ଥିବା କିଛି ଦୋକାନରେ ହଠାତ୍ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ବେଳକୁ ୮ଟି ଦୋକାନ ପୋଡି ଜଳି ଭସ୍ମ ହୋଇଯିବା ସହ ଅନେକ ସାମଗ୍ରୀ ପୋଡି ଜଳି ନଷ୍ଟ ହୋଇଯାଇଛି । ତେବେ ଏହି ଭୋଗ ସାମଗ୍ରୀ ଦୋକାନରେ ମାନଙ୍କରେ କିପରି ନିଆଁ ଲାଗିଲା ତାହାର କାରଣ ଜଣାପଡ଼ିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    64 %
    1.3kmh
    27 %
    Fri
    31 °
    Sat
    30 °
    Sun
    30 °
    Mon
    30 °
    Tue
    29 °

    ସମ୍ବନ୍ଧିତ