Tuesday, September 15, 2026
24 C
Odisha

    ତିଲକ ବର୍ମାଙ୍କ ଶତକ ପରେ ବୋଲରଙ୍କ ଜଲଓ୍ଵା, ଗୁଜରାଟ ଟାଇଟନ୍ସକୁ ୯୯ ରନରେ ହରାଇଲା ମୁମ୍ବାଇ

    ଆଗକୁ ପଢନ୍ତୁ

    ତିଲକ ବର୍ମାଙ୍କ ଶତକ ପରେ ବୋଲରଙ୍କ ଜଲଓ୍ଵା । ଗୁଜରାଟ ବିପକ୍ଷରେ ମୁମ୍ବାଇର ବିଶାଳ ବିଜୟ ସହ କ୍ରମାଗତ ୪ ପରାଜୟ ପରେ ଶେଷରେ ବିଜୟର ସ୍ଵାଦ ଚାଖିଛି ମୁମ୍ବାଇ ଇଣ୍ଡିଆନ୍ସ। ତିଳକ ବର୍ମାଙ୍କ ସ୍ମରଣୀୟ ଶତକ ଓ ଅଶ୍ଵନୀ କୁମାରଙ୍କ ଶାଣିତ ବୋଲିଂ ବଳରେ ମୁମ୍ବାଇ ଘରୋଇ ଗୁଜରାଟ ଟାଇଟନ୍ସକୁ ୯୯ ରନରେ ହରାଇଛି। ଚଳିତ ସିଜିନରେ ଦ୍ଵିତୀୟ ବିଜୟ ସହ ମୁମ୍ବାଇ ପଏଣ୍ଟ ଟେବୁଲର ସପ୍ତମକୁ ଉଠିଛି । ଅନ୍ୟପଟେ ଗୁଜରାଟ ଲଗାତାର ୩ ବିଜୟ ପରେ ପରାଜୟ ଭୋଗିଛି । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ତିଳକ ବର୍ମାଙ୍କ ବିସ୍ଫୋରକ ୧୦୧ ରନ ବଳରେ ୧୯୯ ରନ କରିଥିଲା ।

    ଜବାବରେ ଗୁଜରାଟ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୫.୫ ଓଭରରେ ୧୦୦ ରନରେ ଅଲଆଉଟ୍ ହୋଇଛି। ବୋଲିଂରେ ମୁମ୍ବାଇର ଅଶ୍ଵନୀ କୁମାର ୪ ଓଭରରେ ମାତ୍ର ୨୪ ରନ ଦେଇ ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ବଡ଼ ଭୂମିକା ରହିଛି । ୨୦୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଗୁଜରାଟ ଟାଇଟନ୍ସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଇନିଂସର ପ୍ରଥମ ବଲରେ ହିଁ ଯଶପ୍ରୀତ ବୁମରା ସାଇ ସୁଦର୍ଶନଙ୍କୁ ଆଉଟ୍ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24 ° C
    24 °
    24 °
    88 %
    0.9kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ