Monday, March 23, 2026
32.8 C
Odisha

    ତୁଟିଲା ବିବାଦ, ରାତି 10ଟାରେ ଉଠିବ ମହାଦୀପ; ସୂଚନା ଦେଲେ ଲିଙ୍ଗରାଜ ମନ୍ଦିର ସୁପରଭାଇଜର

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଆସନ୍ତା ୧୫ ତାରିଖ ରବିବାର ଦିନ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବରାତ୍ରୀ ପର୍ବ ଅନୁଷ୍ଠିତ ହେବ। ସୂଚନା ଦେଲେ ଲିଙ୍ଗରାଜ ମନ୍ଦିର ସୁପରଭାଇଜର । ଏହି ପରିପ୍ରେକ୍ଷୀରେ ଗତକାଲି ଭୁବନେଶ୍ବର ଲୋକସେବା ଭବନ ସ୍ଥିତ ଆଇନ ବିଭାଗର ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ବପୂର୍ଣ୍ଣ ସମ୍ବନୟ ବୈଠକ ଅନୁଷ୍ଠିତ ହୋଇଥିଲା।

    ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସେବାୟତ, ମନ୍ଦିର ପ୍ରଶାସନ ଓ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ ଆଲୋଚନା ହୋଇଥିଲା।  ତେବେ ଯେଉଁ ଦିନ ଚତୁର୍ଦ୍ଦଶୀରେ ବେଢା ପରିକ୍ରମା ପଡ଼ିଥାଏ, ସେହିଦିନ ମହାଶିବରାତ୍ରି ପାଳନ କରାଯିବ । ଫେବୃଆରୀ 15 ତାରିଖ ରାତି ସମୟରେ ଚତୁର୍ଦ୍ଦଶୀ ରହୁଛି ଓ ବେଢା ପଡ଼ୁଛି । 15ରେ ପାଳନ ହେବ ମହାଶିବ ରାତ୍ରି  ଓ ରାତି 10ଟାରେ ଉଠିବ ମହାଦୀପ ବୋଲି ଲିଙ୍ଗରାଜ ମନ୍ଦିର ସୁପରଭାଇଜର ସୂଚନା ଦେଇଛନ୍ତି ।

    ସେପଟେ ଶାନ୍ତିପୂର୍ଣ୍ଣ ଭାବେ ମହାପ୍ରଭୁଙ୍କ ନୀତି ସମ୍ପନ୍ନ କରିବା, ଠିକ୍ ସମୟରେ ମହାଦୀପ ଉଠାଇବା ଏବଂ ଶୃଙ୍ଖଳିତ ଦର୍ଶନ ଉପରେ ମନ୍ତ୍ରୀ ବିଶେଷ ଗୁରୁତ୍ବ ଦେଇଛନ୍ତି। ଏଥିସହ ଟ୍ରାଫିକ ସୁପରିଚାଳନା, ପରିଷ୍କାର ପରିଚ୍ଛନ୍ନତା, ପାନୀୟ ଜଳ ଓ ବିଦ୍ୟୁତ୍ ବ୍ୟବସ୍ଥା ଯେପରି ସୁରୁଖୁରୁରେ ହେବ, ସେଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି।  ଏହି ବୈଠକରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ମେୟର ଶ୍ରୀମତୀ ସୁଲୋଚନା ଦାସ, ଆଇନ ବିଭାଗ ଶାସନ ସଚିବ, ପୋଲିସ କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ସେବାୟତ ନିଯୋଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସମସ୍ତଙ୍କ ମିଳିତ ସହଯୋଗରେ ଜାଗର ପର୍ବକୁ “ଶୂନ୍ୟ ଅଘଟଣ” ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.8 ° C
    32.8 °
    32.8 °
    18 %
    3.8kmh
    0 %
    Mon
    32 °
    Tue
    36 °
    Wed
    38 °
    Thu
    38 °
    Fri
    39 °

    ସମ୍ବନ୍ଧିତ