Friday, March 20, 2026
28.2 C
Odisha

    ତୁଳସୀ ଚେର ଧାରଣ କରିବା ଦ୍ୱାରା କଣ ହୋଇଥାଏ ,ଆସନ୍ତୁ ଜାଣିବା

    ଆଗକୁ ପଢନ୍ତୁ

    ଗରୁଡ଼ ପୁରାଣ , ପଦ୍ମ ପୁରାଣ ଏବଂ ସ୍କନ୍ଧ ପୁରାଣରେ ତୁଳସୀ ଗଛର ଅନେକ ମହତ୍ତ୍ୱ ବିଷୟରେ କୁହାଯାଇଛି । ଏଭଳି ମାନ୍ୟତା ରହିଛି ଯେ ସମୁଦ୍ର ମନ୍ଥନ ସମୟରେ ଯେଉଁ ଅମୃତ ପଡ଼ିଥିଲା ସେଥିରୁ ହିଁ ତୁଳସୀ ଗଛ ଜନ୍ମ ହୋଇଥିଲା । ସବୁ ହିନ୍ଦୁ ଧର୍ମର ଘର ଅଗଣାରେ ତୁଳସୀ ଗଛ ନିଶ୍ଚିତ ରହିଥାଏ । ତୁଳସୀ ଗଛକୁ ନେଇ କିଛି ଖାସ ଉପାୟ କରି ଆପଣ ନିଜର ଭାଗ୍ୟ ବଦଳାଇ ପାରିବେ । ତୁଳସୀଙ୍କୁ ମାତାଙ୍କ ଆଖ୍ୟା ଦିଆଯାଇଛି ଏବଂ ତୁଳସୀ ଗଛରେ ସାକ୍ଷାତ ଭଗବାନ ବିଷ୍ଣୁ ବାସ କରନ୍ତି । ପ୍ରତ୍ୟେକ ଦିନ ମାତା ତୁଳସୀଙ୍କ ଦର୍ଶନ କଲେ ପୁରା ଦିନ ମଧ୍ୟ ଭଲରେ କଟିଥାଏ । ସକାଳ ଏବଂ ସନ୍ଧ୍ୟାରେ ତୁଳସୀଙ୍କ ପୂଜା କଲେ ସବୁ ପାପ ନଷ୍ଟ ହୋଇଥାଏ । ତୁଳସୀଙ୍କୁ ପୂଜା କଲେ ଆଧ୍ୟାତ୍ମିକ ଜ୍ଞାନ ବୃଦ୍ଧି ହୋଇଥାଏ । ତୁଳସୀ ଗଛ ମାଟିରେ ସବୁ ତୀର୍ଥ ସ୍ଥାନ , ତୁଳସୀ ମୂଳରେ ମାତା ଲକ୍ଷ୍ମୀ , ମଞ୍ଜରୀରେ ଭଗବାନ ବିଷ୍ଣୁଙ୍କ ବାସ ହୋଇଥାଏ । ଏଭଳି ମାନ୍ୟତା ରହିଛି ବିନା ତୁଳସୀରେ ଭଗବାନ ବିଷ୍ଣୁ , ରାମଚନ୍ଦ୍ର ଏବଂ ଶ୍ରୀ ହନୁମାନଙ୍କ ପୂଜା ପୂରଣ ହୋଇ ନଥାଏ । ବାସ୍ତୁ ଶାସ୍ତ୍ରରେ ଘରେ ତୁଳସୀ ଗଛ ରହିଲେ ରୋଗ ବ୍ୟାଧି ପାଖ ମାଡ଼ି ନଥାଏ ବୋଲି କୁହାଯାଏ । ତୁଳସୀ ଗଛ ଶୁଖିଗଲେ ଘର ଉପରକୁ କୌଣସି ବଡ଼ ସମସ୍ୟା ଆସିବାର ସୂଚନା ମିଳିଥାଏ । ଏପରି ହେଲେ ନୂଆ ତୁଳସୀ ଗଛ ଆଣି ଲଗାଇ ପାରିବେ । ବିପଦ ଆସିଲେ ମାତା ତୁଳସୀ ସେହି ବିପଦକୁ ନିଜ ଉପରକୁ ନେଇ ଯାଆନ୍ତି ।ଏକ ଖାସ ଉପାୟ ଅନୁଯାୟୀ ଯଦି ବ୍ୟକ୍ତି ଏକ ମାସ ପର୍ଯ୍ୟନ୍ତ ଲଡ଼ୁ ସହିତ ତୁଳସୀ ପତ୍ର ଭଗବାନ ହନୁମାନଙ୍କୁ ଅର୍ପିତ କରେ ତେବେ ତାର ସବୁ ମନସ୍କାମନା ପୂରଣ ହେବ । ଯଦି ଆପଣ ତୁଳସୀ ଗଛ ମୂଳର ଅଳ୍ପ ମାଟି , ଶୁଖି ଯାଇଥିବା ପତ୍ର ଏବଂ ମଞ୍ଜରୀକୁ ସ୍ନାନ କରୁଥିବା ଜଳରେ ମିଶାଇ ସ୍ନାନ କରୁଛନ୍ତି ତେବେ ଆପଣଙ୍କ ଜୀବନରେ ସମସ୍ତ ଦୁଃଖ ଦୂର ହୋଇଯିବ । ତୁଳସୀ ମୂଳର ମାଟି ତିଳକ ଭାବରେ ଲଗାଇଲେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଏହାଦ୍ବାରା ବ୍ୟକ୍ତି ଆକର୍ଷଣର କେନ୍ଦ୍ର ବିନ୍ଦୁ ମଧ୍ୟ ପାଲଟି ଯାଏ । ଏହି ଉପାୟ ଦ୍ୱାରା ମନୁଷ୍ୟର ଦୁର୍ଭାଗ୍ୟ ସୌଭାଗ୍ୟର ପରିଣତ ହୋଇଯାଏ । ପ୍ରତ୍ୟେକ ଦିନ ତୁଳସୀ ପତ୍ର ସେବନ କଲେ କାଶ , ଜ୍ୱର , ଥଣ୍ଡା ଭଳି ଅସୁସ୍ଥତା ହେବାର ସମ୍ଭାବନା ମଧ୍ୟ ନାହିଁ ।ରବିବାର ଦିନ ତୁଳସୀ ପତ୍ର ଛିଡ଼ାଇବା ବର୍ଜିତ ଅଟେ । ଏହାଦ୍ବାରା ଘୋର ପାପ ଲାଗିଥାଏ । ତେଣୁ ଏହାର ପୂର୍ବ ଦିନ ଅର୍ଥାତ ଶନିବାର ଦିନ ତୋଳି ରଖି ପାରିବେ କାରଣ ଏହା କେବେ ବାସୀ ହୁଏନାହିଁ । ବିନା ସ୍ନାନରେ ତୁଳସୀ ପୂଜା କରିବା ମଧ୍ୟ ଏକ ପାପ ସହିତ ସମାନ । ତେଣୁ ଅପରାଧର ଶିକାର ନହେବା ପାଇଁ ଏକ ଖାସ ଉପାୟ ଅନୁଯାୟୀ ଲଗାତାର ଛଅ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଚାରୋଟି ଲେଖାଏଁ ତୁଳସୀ ପତ୍ର ସେବନ ପରେ ସ୍ନାନ କରି ପୂଜନ ପରେ ପୁରା ଦିନ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ । ଏହାଦ୍ବାରା ଆଠ ପ୍ରକାରର ସିଦ୍ଧି ପ୍ରାପ୍ତ ହୋଇଥାଏ । ଏହି ଅଷ୍ଟ ସିଦ୍ଧି ଦ୍ୱାରା ସବୁ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇପାରେ ।ଏହି ଗୁପ୍ତ ଉପାୟ ଦ୍ୱାରା ଆପଣ ନିଜ ଜୀବନକୁ ବଦଳାଇ ପାରିବେ । ଭୂତ ପ୍ରେତ କିମ୍ବା ନଜର ଦୋଷ ସମସ୍ୟା ଥିଲେ ତୁଳସୀ ଗଛର ଚେରକୁ ରୂପା ତାବିଜରେ ପୁରାଇ ନାଲି ସୂତାରେ ବେକରେ ଧାରଣ କରନ୍ତୁ । ଏହାଦ୍ବାରା ସବୁ ନଜର ଦୋଷ ଏବଂ ଭୟ ଦୂର ହୋଇଯିବ । ଯଦି ପରିବାର ଲୋକଙ୍କ ସହିତ ଭଲ ପଡୁନାହିଁ ଏବଂ ସେମାନେ ଆପଣଙ୍କ ଶତ୍ରୁ ହୋଇ ଗଲେଣି ତେବେ ତୁଳସୀ ପତ୍ରର ମାଳା ବନାଇ ହନୁମାନ କିମ୍ବା ଶ୍ରୀରାମଚନ୍ଦ୍ରଙ୍କ ଫୋଟ ସାମ୍ନାରେ ୨୧ ଦିନ ପର୍ଯ୍ୟନ୍ତ ଲଗାଇ ଦିଅନ୍ତୁ । ଦେଖିବେ ଆପଣଙ୍କ ସମସ୍ୟା ଦୂର ହୋଇଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.2 ° C
    28.2 °
    28.2 °
    41 %
    3kmh
    84 %
    Fri
    28 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ