Monday, September 28, 2026
24.7 C
Odisha

    କାହିଁକି ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେଲେ ନାହିଁ ଆଶିଷ?

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଅନେକ ଆଲୋଚନା ପରେ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ମୁଖ୍ୟ ପ୍ରଶିକ୍ଷକ କରିଛି ବିସିସିଆଇ। ଗମ୍ଭୀରଙ୍କ ତତ୍ତ୍ବ‌ାବଧାନରେ କୋଲକାତା ନାଇଟ୍ ରାଇଡର୍ସ ଗତ ସିଜନରେ ଭଲ ପ୍ରଦର୍ଶନ କରି ଆଇପିଏଲ୍ ଟାଇଟଲ୍ ହାସଲ କରିଥିଲା। ଏହାପୂର୍ବରୁ ସେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ସହିତ ଜଡିତ ଥିଲେ।

    ତେବେ ଗମ୍ଭୀରଙ୍କ ବ୍ୟତୀତ ମୁଖ୍ୟ ପ୍ରଶିକ୍ଷକଙ୍କ ଦୌଡ଼ରେ ଆଉ ଜଣେ କିମ୍ବଦନ୍ତୀ ଖେଳାଳିଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ଖେଳାଳିଜଣକ ହେଲେ ଆଶିଷ ନେହେରା। ୪୫ବର୍ଷୀୟ ଦ୍ରୁତ ବୋଲରଙ୍କ ତତ୍ତ୍ୱାବଧାନରେ ଗୁଜରାଟ ଟାଇଟାନ୍ସ ଦଳ ଚାମ୍ପିୟନ ହୋଇଥିଲା। ଏହା ବ୍ୟତୀତ, ତାଙ୍କ ତତ୍ତ୍ୱାବଧାନରେ ଗୁଜରାଟ ଟାଇଟାନ୍ସ  ୨୦୨୩ରେ ରନର୍ ଅପ୍ ମଧ୍ୟ ହୋଇଥିଲେ। ଏହା ସତ୍ତ୍ବେ ବି ସେ ମୁଖ୍ୟ ପ୍ରଶିକ୍ଷକ ହେବାକୁ ଅଧିକ ଆଗ୍ରହ ଦେଖାଇ ନଥିଲେ। ଲୋକମାନେ ସର୍ବଦା ଜାଣିବାକୁ ଆଗ୍ରହୀ ଥିଲେ ଯେ ସେ କାହିଁକି ଏହି ପଦବୀ ପାଇବାରୁ ନିଜକୁ ସର୍ବଦା ଦୂରେଇ ରଖୁଛନ୍ତି। ଏବେ ଏହାର ଉତ୍ତର ନିଜେ ଆଶିଷ ‌ଦେଇଛନ୍ତି।

    ସେ କହିଛନ୍ତି ଯେ, “ମୁଁ ଏପର୍ଯ୍ୟନ୍ତ ମୁଖ୍ୟ ପ୍ରଶିକ୍ଷକ ପଦବୀ ବିଷୟରେ ଚିନ୍ତା କରି ନାହିଁ। ମୋ ପିଲାମାନେ ଏବେ ବହୁତ ଛୋଟ। ସେମାନଙ୍କୁ ଛାଡ଼ି ମୁଁ ୯ମାସ ବାହାରେ ରହିପାରିବି ନାହିଁ। ଗମ୍ଭୀରଙ୍କ ପିଲାମାନେ ମଧ୍ୟ ଛୋଟ। ତଥାପି, ସମସ୍ତଙ୍କର ନିଜସ୍ୱ ମତ ଅଛି। ଏବେ ମୁଁ ଯେଉଁଠି ପହଞ୍ଚିଛି ତାକୁ ନେଇ ବହୁତ ଖୁସି ଅଛି।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ