Friday, October 2, 2026
30.6 C
Odisha

    ତେଜସ୍ବୀ ଯାଦବଙ୍କ ପ୍ରତିଶ୍ରୁତି ‘ଜୀବିକା ଦିଦି’ଙ୍କ ପାଇଁ ସ୍ଥାୟୀ ଚାକିରି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତା  ତେଜସ୍ବୀ ଯାଦବ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ପ୍ରତିଶ୍ରୁତି ଘୋଷଣା କରିଛନ୍ତି।  ‘ଜୀବିକା ଦିଦି’ ଯେଉଁମାନେ କମ୍ୟୁନିଟି ମୋବିଲାଇଜର୍ସ ଭାବେ କାମ କରୁଛନ୍ତି ସେମାନଙ୍କ ଚାକିରି ସ୍ଥା‌ୟୀ କରାଯିବ ଏବଂ ସେମାନଙ୍କୁ ମାସିକ ୩୦ ହଜାର ଟଙ୍କା ଦରମା ମିଳିବ ବୋଲି ତେଜସ୍ବୀ ଘୋଷଣା କରିଛନ୍ତି। ତେଜସ୍ବୀ କହିଛନ୍ତି, ଏହା କୌଣସି ସାଧାରଣ ଘୋଷଣା ନୁହେଁ। ବର୍ଷ ବର୍ଷ ଧରି ଜୀବିକା ଦିଦିମାନେ ଯେଉଁ ଦାବି କରି ଆସୁଛନ୍ତି ସେହି ଦାବିକୁ ଆମେ ପୂରଣ କରିବୁ।  ସେ ପୁଣିଥରେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଭବିଷ୍ୟତର ମହାମେଣ୍ଟ ସରକାର ଜୀବିକା ଦିଦିଙ୍କ ଋଣ ଛାଡ଼ କରିବେ ଏବଂ ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ ପ୍ରଦାନ କରାଯିବ। ତେଜସ୍ବୀ କହିଛନ୍ତି, ଜୀବିକା ଦିଦିଙ୍କୁ ପ୍ରତି ମାସରେ ଅତିରିକ୍ତ ୨ ହଜାର ଟଙ୍କା ଭତ୍ତା ମିଳିବ ଏବଂ ୫ ଲକ୍ଷ ଟଙ୍କାର ବୀମା  କଭରେଜ୍‌ ମିଳିବ। ୧୫୦,୦୦୦ ଠିକା କର୍ମଚାରୀଙ୍କ ଚାକିରି ନିୟମିତ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ମହାମେଣ୍ଟ ସଂକ୍ରାନ୍ତରେ ତେଜସ୍ବୀ କୌଣସି ଔପଚାରିକ ଘୋଷଣା କରିନାହାନ୍ତି। ତେଜସ୍ବୀ କହିଛନ୍ତି, ପ୍ରାର୍ଥିପତ୍ର ଦାଖଲ ଶେଷ ହେଲା ଏବଂ ଏବେ ପ୍ରଚାରର ସମୟ।  ଚଳିତ ଥର ବିହାରର ଲୋକମାନେ ପରିବର୍ତ୍ତନ ପାଇଁ ସେମାନଙ୍କ ମନ ସ୍ଥିର କରି ସାରିଛନ୍ତି। ବିହାରର ଲୋକମାନେ ବର୍ତ୍ତମାନର ଡବଲ୍‌ ଇଞ୍ଜିନ ସରକାରକୁ ନେଇ ଘୋର ଅସନ୍ତୁଷ୍ଟ ଅଛନ୍ତି ବୋଲି ସେ କହିଛନ୍ତି।

    ପୂର୍ବ ନିର୍ବାଚନ ପ୍ରତିଶ୍ରୁତିକୁ ଦୋହରାଇ, ତେଜସ୍ୱୀ ଯାଦବ ବିହାରରେ ସରକାର ଗଠନ କରିବାର ୨୦ ମାସ ମଧ୍ୟରେ ପ୍ରତ୍ୟେକ ପରିବାର ପାଇଁ ସରକାରୀ ଚାକିରି ପ୍ରତିଶ୍ରୁତି ଦେଇଛନ୍ତି। ତେଜସ୍ବୀ କହିଛନ୍ତି, ଆମ  ସରକାର କ୍ଷମତାକୁ ଆସିବା ପରେ ଆମେ ସୁନିଶ୍ଚିତ କରିବୁ ଯେ ପ୍ରତ୍ୟେକ ପରିବାରରେ ଜଣେ ସରକାରୀ ଚାକିରିଆ ରହିବେ। ସରକାର ଗଠନ କରିବାର ୨୦ ଦିନ ମଧ୍ୟରେ ଆମେ ଏଥିପାଇଁ ଏକ ନୂତନ ଆଇନ ଆଣିବୁ ଏବଂ ୨୦ ମାସ ମଧ୍ୟରେ ଗୋଟିଏ ବି ଘର ସରକାରୀ ଚାକିରି ବିନା ରହିବ ନାହିଁ ବୋଲି ସେ କହିଛନ୍ତି। ବିହାରରେ ନୂତନ ନିଯୁକ୍ତିର ଲହର ଆସିବ ବୋଲି ତେଜସ୍ବୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ