Sunday, October 4, 2026
24.3 C
Odisha

    ତେଲଙ୍ଗାନାରେ ବର୍ଷା ବିତ୍ପାତ: ଶତାଧିକ ଗାଁ ଜଳମଗ୍ନ, ୯୯ ଟ୍ରେନ୍‌ ବାତିଲ

    ଆଗକୁ ପଢନ୍ତୁ

    ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦ ସମେତ ବିଭିନ୍ନ ଅଞ୍ଚଳରେ ରବିବାର ପ୍ରବଳ ବର୍ଷା ଲାଗି ରହିବା ଫଳରେ ଶତାଧିକ ଗାଁ ପାଣିରେ ବୁଡ଼ିଯାଇଛି। ବିଭିନ୍ନ ସ୍ଥାନରେ ବର୍ଷାଜନିତ ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ରେଳଧାରଣାଗୁଡ଼ିକ ବର୍ଷାପାଣିରେ ବୁଡ଼ିଥିବାରୁ ୯୯ଟି ଟ୍ରେନ୍‌କୁ ବାତିଲ କରିଦିଆଯାଇଛି। ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀ ଇତିମଧ୍ୟରେ ମନ୍ତ୍ରୀ ଓ ବିଧାୟକମାନଙ୍କ ସହ ଜରୁରୀ ବୈଠକ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ବଣ୍ଡି ସଞ୍ଜୟ କୁମାର ତେଲଙ୍ଗାନା ସ୍ଥିତି ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଅବଗତ କରାଇଛନ୍ତି। ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ସହାୟତା ପାଇଁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ତେଲଙ୍ଗାନାକୁ ପଠାଯାଇଛି। ହାଇଦ୍ରାବାଦରେ ସ୍କୁଲ୍‌ଗୁଡ଼ିକୁ ସୋମବାର ପାଇଁ ବନ୍ଦ ରଖାଯାଇଛି। ସେହିପରି ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡ଼ା ସମେତ ବିଭିନ୍ନ ଅଞ୍ଚଳରେ ଅଭୂତପୂର୍ବ ବର୍ଷାବିତ୍ପାତ ଦେଖାଦେଇଛି। ବର୍ଷା ପ୍ରଭାବିତ ଅଞ୍ଚଳରୁ ୧୭,୦୦୦ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କ ସହ କଥା ହୋଇ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ