Sunday, October 4, 2026
28.6 C
Odisha

    ତେଲେଙ୍ଗାନା ପୁଲିସ ନିକଟରେ ଆତ୍ମସମର୍ପଣ କଲେ ୧୨ ମାଓବାଦୀ

    ଆଗକୁ ପଢନ୍ତୁ

    ମାଲକାନଗିରି : ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦୀ କଥାଗୁଡ଼ିମ ଜିଲ୍ଲା ପୁଲିସ ନିକଟରେ ୧୨ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ ଡିଭିସିଏମ, ୪ ଜଣ ଏସିଏମ, ପାର୍ଟି ମେମ୍ବର ୨ ଜଣ, ମିସିଲିଆ ସଦସ୍ୟ ୨ ଜଣ ଏବଂ ଆରପିସି ସଦସ୍ୟ ୨ ଜଣ। ତେଲେଙ୍ଗାନା ପୁଲିସ ତରଫରୁ ଲଗାତାର ନକ୍ସଲ ଅପରେସନ କରାଯାଉଥିବା ବେଳେ ନକ୍ସଲଙ୍କୁ ଆଉ ତ୍ରାହୀ ନାହିଁ। ନକ୍ସଲ ଏନକାଉଣ୍ଟରରେ ମୃତ୍ୟୁବରଣ କରୁଥିବା ବେଳେ ଅନ୍ୟ ନକ୍ସଲମାନେ ଏବେ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ମନ ବଳାଇଲେଣି। ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ଡିଭିସିଏମ ମାଡ଼କମ ରାମା, ଡିଭିସିଏମ ମାଡକମ ଭୀମା, ଏସିଏମ ପୁନେମ କବିତା, ପିପିସିଏମ ଓୟାମ ଲକ୍କା, ଏସିଏମ ତାଥି ଭୀମା, ପିପିସିଏମ ପଡିୟମ ଦେବୀ, ପାର୍ଟି ମେମ୍ବର ମୁଚାକି ମାସା, ପାର୍ଟି ମେମ୍ବର ସୋଡ଼ି ହୁଙ୍ଗି, ମିଲିସିଆ ସଦସ୍ୟ କାଡ଼ତି ଦେବା, ମିଲିସିଆ ସଦସ୍ୟ ମାଡକମ କୋସା, ଆରପିସି ସଦସ୍ୟ ମାଡବୀ ପାଣ୍ଡୁ ଏବଂ ଆରପିସି ସଦସ୍ୟ ସୋଡି ଉରା। ସମସ୍ତ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ସରକାରଙ୍କ ତରଫରୁ ୨୫ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

    ଏମାନଙ୍କର ରେଙ୍କ ଅନୁଯାୟୀ ସେମାନେ ପାଇବାକୁ ଥିବା ଟଂକା ମଧ୍ୟ ପ୍ରଦାନ କରାଯାଇଥିଲା। ମୋଟ ୨୬ ଲକ୍ଷ ଟଂକା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ତେଲେଙ୍ଗାନା ପୁଲିସ ତରଫରୁ ସମସ୍ତ ନକ୍ସଲଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅନୁରୋଧ କରାଯାଇଛି। ଅକାଳରେ ଜୀବନ ନହାରିବାକୁ କୁହାଯାଇଛି। ହିଂସା ଛାଡ଼ି ଶାନ୍ତି ମାର୍ଗରେ ଚାଲିଲେ ଆଗକୁ ସେମାନଙ୍କର ଏବଂ ଦେଶର ବିକାଶ ହେବ ବୋଲି କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ