Sunday, May 17, 2026
42.3 C
Odisha

    ତୈଳ ସଙ୍କଟ ଭିତରେ ଭାରତ ପାଇଁ ଆଶ୍ବସ୍ତିକର ଖବର, ହର୍ମୁଜ ପାର୍ କରି ୨୦,୦୦୦ ଟନ ଏଲପିଜି ନେଇ ପହଞ୍ଚିଲା ଟ୍ୟାଙ୍କର ସିମି

    ଆଗକୁ ପଢନ୍ତୁ

    ଗୁଜରାଟ : ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ଏବଂ ତୈଳ ଯୋଗାଣକୁ ବଢିଥିବା ଚିନ୍ତା ଭିତରେ ଭାରତ ପାଇଁ ଏକ ଆଶ୍ଵସ୍ତିକର ଖବର । ପ୍ରାୟ ୨୦ ହଜାର ଟନ୍ ଏଲପିଜି ଧରି ଟ୍ୟାଙ୍କର ସିମି ସୁରକ୍ଷିତ ଭାବେ ଗୁଜରାଟର କଚ୍ଛ ଜିଲ୍ଲାସ୍ଥିତ କାଣ୍ଡଲା ବନ୍ଦରରେ ପହଞ୍ଚିଛି । ଏହି ଟ୍ୟାଙ୍କରଟି ମେ ୧୩ ତାରିଖରେ ରଣନୀତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପାର ହୋଇ ଭାରତରେ ପହଞ୍ଚିଛି ।

    ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଅବ୍ବାସ ଆରାଗଚି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ବେଳେ ଆରାଗଚି କହିଛନ୍ତି ଯେ, ବାଣିଜ୍ୟିକ ସୁରକ୍ଷା ପାଇଁ ବନ୍ଧୁ ଦେଶଗୁଡ଼ିକ ଇରାନ ଉପରେ ଭରସା ରଖିବା ଉଚିତ । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଞ୍ଚଳିକ ସ୍ଥିତି ସମ୍ପର୍କରେ ସକାରାତ୍ମକ ଆଲୋଚନା ହୋଇଛି । ଇରାନ ସର୍ବଦା ହର୍ମୁଜ ସୁରକ୍ଷା ପାଇଁ ନିଜର ଐତିହାସିକ ଦାୟିତ୍ୱ ତୁଲାଇବ । ଇରାନ ସମସ୍ତ ବନ୍ଧୁ ଦେଶ ପାଇଁ ଏକ ବିଶ୍ୱସନୀୟ ଅଂଶୀଦାର ଏବଂ ବ୍ୟାପାରିକ କାର୍ଯ୍ୟକଳାପର ସୁରକ୍ଷା ନିଶ୍ଚିତ କରିବ ।

    ସୂଚନାଯୋଗ୍ୟ, ମେ ୧୩ ତାରିଖରେ ଭାରତ ଆସୁଥିବା ଏଲପିଜି ଟ୍ୟାଙ୍କର ଏମଭି ସନସାଇନ୍ ମଧ୍ୟ ହର୍ମୁଜ୍ ପାର୍ କରିଥିଲା । ଜାହାଜକୁ ସୁରକ୍ଷିତ ଭାବେ ଭାରତରେ ପହଞ୍ଚାଇବା ପାଇଁ ଭାରତୀୟ ନୌସେନା ସମେତ ଅନେକ ଏଜେନ୍ସି କାର୍ଯ୍ୟ କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    42.3 ° C
    42.3 °
    42.3 °
    17 %
    3.6kmh
    100 %
    Sun
    42 °
    Mon
    42 °
    Tue
    45 °
    Wed
    46 °
    Thu
    46 °

    ସମ୍ବନ୍ଧିତ