Monday, September 28, 2026
23.6 C
Odisha

    ତ୍ୱଚାର ସୁନ୍ଦରତା ବଢ଼ାଇବ ତୁଳସୀ ପତ୍ର, ଏପରି କରନ୍ତୁ ବ୍ୟବହାର

    ଆଗକୁ ପଢନ୍ତୁ

    ମୁଖମଣ୍ଡଳର ସୁନ୍ଦରତା ପାଇଁ କିଏ କେତେ ଉପାୟ ଅବଲମ୍ବନ କରୁଛନ୍ତି। ଏମିତି କି ଘରୋଇ ଉପଚାର ମଧ୍ୟ କରୁଛନ୍ତି। କିଛି କିଛି ଜିନିଷ ଆମ ହାତ ପାହାନ୍ତାରେ ଥାଏ କିନ୍ତୁ ଆମେ ଏହାର ଠିକ୍‌ ଉପଯୋଗ କରିପାରୁ ନାହୁଁ। ଏହା ମଧ୍ୟରେ ରହିଛି ତୁଳସୀ ପତ୍ର। ଆମ ଘର ସମ୍ମୁଖରେ ନିତି ପାଇବା। ତେବେ ଚାଲନ୍ତୁ ଏହା ଆମ ତ୍ବଚା ପାଇଁ କେତେ ଉପକାରୀ ଜାଣିବା…

    ଖରା, ଝାଳ, ଧୂଳି, ଧୂଆଁ ଆଦି ପ୍ରଭାବରୁ ତ୍ୱଚାକୁ ସୁରକ୍ଷା ପ୍ରଦାନ କରିବା ସହ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଲାଗି ତୁଳସୀ ଏକ ବରଦାନ ସଦୃଶ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ୍‌ ଭରପୂର ମାତ୍ରାରେ ରହିଛି, ଯାହା ଖରାପ ତ୍ବଚାକୁ ଏକ ଚମକ ଦେବାରେ ସାହାଯ୍ୟ କରିବା ସହ କୁଞ୍ଚନରେଖାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାର ଆଣ୍ଟିବ୍ୟାକ୍ଟେରିଆଲ୍‌ ଗୁଣ ତ୍ୱଚାକୁ ବ୍ୟାକ୍ଟେରିଆଲ୍‌ ଇନ୍‌ଫେକ୍ସନ, ବ୍ରଣ ଆଦି ସମସ୍ୟାରୁ ରକ୍ଷା କରିଥାଏ। ଏଥିରେ ଭିଟାମିନ୍‌ ସି ମାତ୍ରା ଅଧିକ ଥିବାରୁ ତ୍ୱଚାକୁ ଚମକପ୍ରଦ ରଖିଥାଏ।

    ପ୍ରସ୍ତୁତ ପ୍ରଣାଳୀ:

    ପତ୍ରକୁ ଗ୍ରାଇଣ୍ଡିଂ କରି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏକ ଚାମଚ ଏହି ପେଷ୍ଟ ସହିତ ଏକ ଚାମଚ ଓଟ୍‌ମିଲ୍‌ ଏବଂ ଅଳ୍ପ କ୍ଷୀର ମିଶାଇ ସ୍କ୍ରବ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୫-୧୦ ମିନିଟ୍‌ ଧୀରେ ଧୀରେ ମସାଜ୍‌ କରନ୍ତୁ ଏବଂ ପାଣିରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହରେ ଥରେ କିମ୍ବା ଦୁଇ ଥର ଏପରି କଲେ ତ୍ୱଚାରେ ଜମିଥିବା ମଳି ସଫା ହେବ। ଯାହାଦ୍ୱାରା ବ୍ରଣ ସମସ୍ୟା ଦେଖାଦେବ ନାହିଁ।

    ପତ୍ର ବଟା କିମ୍ବା ଏହାର ପାଉଡର ଦୁଇ ଚାମଚ ନିଅନ୍ତୁ। ସେଥିରେ ଏକ ଚାମଚ ମୁଲତାନି ମାଟି ଏବଂ ଅଧାଚାମଚ ଲେମ୍ବୁରସ ମିଶାନ୍ତୁ। ସେଥିରେ ଅଳ୍ପ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁ ଏବଂ ବେକରେ ଲଗାଇ ୧୦ ମିନିଟ୍‌ ରଖିବା ପରେ ପାଣିରେ ଧୋଇ ଦିଅନ୍ତୁ। ଏହା ତ୍ୱଚାର କଳାଦାଗ ସମସ୍ୟା କମାଇବା ସହ ମୁହଁରେ ଚମକ ଆସିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    89 %
    1.4kmh
    2 %
    Sun
    24 °
    Mon
    30 °
    Tue
    29 °
    Wed
    29 °
    Thu
    30 °

    ସମ୍ବନ୍ଧିତ