ଦେଶୀ ଘିଅ କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ ବରଂ ତ୍ୱଚା ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ପ୍ରକୃତରେ ଦେଶୀ ଘିଅ ଆପଣଙ୍କ ସ୍କିନ, କେଶ ଏବଂ ସ୍ୱାସ୍ଥ୍ୟ ପାଇଁ ବହୁତ ପ୍ରଭାବଶାଳୀ । କିନ୍ତୁ ଦେଶୀ ଘିଅର ସୌନ୍ଦର୍ଯ୍ୟ ଲାଭ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି । ତ୍ୱଚା ପାଇଁ ଘିଅର ଉପକାରିତା ବହୁତ ଲାଭଦାୟୀ ହୋଇଥାଏ । ମୁହଁରେ ଘିଅ ବ୍ୟବହାର କରିବାର ପଦ୍ଧତି ଅନେକ ଲୋକ ଜାଣି ନାହାଁନ୍ତି ତେଣୁ ସେମାନେ ଘିଅର ଲାଭ ବିଷୟରେ ଜାଣନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ଘିଅ କିପରି ଆପଣଙ୍କ ସୁନ୍ଦର ତ୍ୱଚାର ରହସ୍ୟ ହୋଇପାରେ ।
ମୁହଁ ପାଇଁ ଦେଶୀ ଘିଅ:
ଶୁଷ୍କ ତ୍ୱଚା ଦୂର କରନ୍ତୁ: ଘିଅରେ ଏପରି ଗୁଣ ଅଛି ଯାହା ଆପଣଙ୍କ ତ୍ୱଚାର ଶୁଷ୍କତା ଦୂର କରିବା ସହିତ ତ୍ୱଚାକୁ ନରମ, ଉଜ୍ଜ୍ୱଳ ଏବଂ ସୁନ୍ଦର କରିବାରେ ମଧ୍ୟ ସାହାଯ୍ୟ କରେ । ଯଦି ଆପଣଙ୍କ ଚର୍ମ ପ୍ରାୟତଃ ଶୁଷ୍କ ହୋଇଯାଏ ତେବେ ଆପଣ ନିଜ ତ୍ୱଚାରେ ଘିଅ ବ୍ୟବହାର କରିପାରିବେ । ଏଥିପାଇଁ କିଛି ବୁନ୍ଦା ଘିଅ ନେଇ ଆପଣଙ୍କ ତ୍ୱଚାରେ ଲଗାନ୍ତୁ । ଏହାପରେ କିଛି ମିନିଟ୍ ପାଇଁ ଆପଣଙ୍କ ତ୍ୱଚାରେ ଘିଅ ମାଲିସ୍ କରନ୍ତୁ । ଯାହାଦ୍ୱାରା ଆପଣଙ୍କ ତ୍ୱଚା କୋମଳ ଏବଂ ସୁନ୍ଦର ଦେବ ।
ଝୁରିଆ ଦୂର କରେ:
ଯଦି ଆପଣ ଭାବୁଛନ୍ତି ଯେ ଘିଅ କେବଳ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର କରାଯାଏ, ତେବେ ଆପଣ ଭୁଲ ଭାବୁଛନ୍ତି । ଘିଅ ସାହାଯ୍ୟରେ ଆପଣ ଆପଣଙ୍କ ତ୍ୱଚାକୁ ଯୁବା ରଖିପାରିବେ ଏବଂ ଝୁରିଆ ଦୂର କରିପାରିବେ । ଘିଅରେ ଥିବା ଭିଟାମିନ୍ E ଆଣ୍ଟି ଏଜିଙ୍ଗକୁ ପ୍ରୋତ୍ସାହିତ କରୁଥିବାରୁ ନିୟମିତ ଘିଅ ସେବନ ଏବଂ ପ୍ରୟୋଗ ଆପଣଙ୍କ ତ୍ୱଚାକୁ ଯୁବା ଏବଂ ଉଜ୍ଜ୍ୱଳ ରଖିବ ।
ଓଠକୁ ନରମ କରିଥାଏ:
ସେହିଭଳି ଘିଅ ଫାଟିଥିବା ଓଠକୁ ନରମ ଏବଂ ଚମକଦାର ମଧ୍ୟ କରିଥାଏ । ଯଦି ଆପଣଙ୍କ ଓଠ ଫାଟିଯାଏ ତେବେ ଆପଣ ପ୍ରତିଦିନ ଆପଣଙ୍କ ଓଠରେ ଘିଅକୁ ଲିପ୍ ବାମ୍ ଭାବରେ ବ୍ୟବହାର କରିପାରିବେ । ଏହା ଆପଣଙ୍କ ଓଠକୁ ମଇଶ୍ଚରାଇଜ୍ ରଖିବ ।