Friday, April 10, 2026
37.3 C
Odisha

    ଥକ୍କା ଅନୁଭବ ହେଉଛି କି ? ତେବେ ଏହି ସବୁ ଖାଦ୍ୟକୁ ଡାଏଟରେ କରନ୍ତୁ ସାମିଲ

    ଆଗକୁ ପଢନ୍ତୁ

    ବର୍ତ୍ତମାନ ସମୟରେ ଦୈନନ୍ଦିନ ଜୀବନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଯାହା ଅନେକ ସମୟରେ ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ । ଫିଟ୍ ରହିବାକୁ ଅଧିକାଂଶ ଲୋକ ଡାଏଟ୍ ଲିଷ୍ଟକୁ ଫଲୋ କରିଥାଆନ୍ତି । କିନ୍ତୁ ସାମାନ୍ୟ ଖରାପ ଖାଦ୍ୟପେୟ ଆମକୁ ବିପଦ ମୁହଁକୁ ଠେଲି ଦେଇଥାଏ । ଯେହେତୁ ସ୍ବାସ୍ଥ୍ୟକୁ ସମ୍ପଦ ବୋଲି କୁହାଯାଏ । ତେଣୁ ବିଶେଷ କରି ଦିନର ପ୍ରଥମ ଖାଦ୍ୟ ଉପରେ ଗୁରୁତ୍ବ ଦେବା ଜରୁରୀ । ପ୍ରତ୍ୟେକ ଖାଦ୍ୟର ଭିନ୍ନ ଭିନ୍ନ ପ୍ରଭାବ ଆମ ଶରୀର ଉପରେ ପଡିଥାଏ । ଯାହା ଆମ ସୁସ୍ଥ ଶରୀର ଗଠନ କରିବାରେ ସାହାଯ୍ୟ କରିଥାଏ ।

    ଯଦି କୌଣସି ବ୍ୟକ୍ତି ଠିଆ ହେବା ଅବସ୍ଥାରେ ପଡିଯିବା,ମୁଣ୍ଡ ବୁଲାଇବା ଓ ଦୁର୍ବଳ ଅନୁଭବ ଇତ୍ୟାଦି କରୁଥାନ୍ତି ତେବେ ଏହା ଶରୀରରେ କିଛି ପୋଷକତତ୍ବର ଅଭାବ ଥିବ ବୋଲି ଭାବିନେବାକୁ ପଡିବ। ତେଣୁ ଆମ ମାନଙ୍କୁ ପ୍ରତିଦିନ ଏମିତି ଖାଦ୍ୟ ଖାଇବାକୁ ପଡିବ ଯାହା ଆମ ଶରୀରରେ ଶକ୍ତି ବର୍ଦ୍ଧକ ହେବ ଓ ଶହନଶକ୍ତି ପ୍ରଦାନ କରିବ। ତେବେ କେଉଁ କେଉଁ ଖାଦ୍ୟ ଖାଇବା ଦ୍ବାରା ଆମ ଶରୀରକୁ ଶକ୍ତି ମିଳିଥାଏ ଆସନ୍ତୁ ତାହା ବିଷୟରେ ଜାଣିବା ।

    ଓଟ୍ସ :ଓଟ୍ସ ଖାଇବା ଦ୍ବାରା ଶରୀରକୁ ଅଧିକ ମାତ୍ରାରେ ଏନର୍ଜି ମିଳିଥାଏ। ସବୁଦିନ ସକାଳୁ କ୍ଷୀର ସହିତ ଓଟ୍ସ ଖାଇବା ଦ୍ବାରା ଶରୀରକୁ ପ୍ରଚୁର ମାତ୍ରାରେ ଶକ୍ତି ମିଳିଥାଏ। ଓଟ୍ସ ଜାଗାରେ ଆପଣ ଦଲୀୟା ମଧ୍ୟ ଖାଇପାରିବେ।ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ ହେବ।

    ଗଜାମୁଗ :ଗଜାମୁଗ ଖାଇବା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଆମ ଶରୀରକୁ ଶକ୍ତି ମିଳିଥାଏ। ଗଜାମୁଗ ଶରୀରକୁ ଫିଟ୍ ରଖିବାରେ ମଧ୍ୟ ସହାୟକ ହେଇଥାଏ।

    ପାଳଙ୍ଗ ଶାଗ ସୁପ୍ :ଯଦି ଆପଣ ମୋଟପଣରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ପାଳଙ୍ଗ ଶାଗର ସୁପ୍ ପିଅନ୍ତୁ । ଏଥିରୁ ଶରୀରକୁ ଅଧିକ ଶକ୍ତି ମିଳିବା ସହିତ କ୍ୟାଲସିୟମ ମଧ୍ୟ ଅଧିକ ମାତ୍ରାରେ ମିଳିବ ।

    କଦଳୀ :କଦଳୀ ଖାଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ। ଏହା ଶରୀରର ଷ୍ଟାମିନା ବଢାଇବାରେ ବେଶ୍ ସହାୟକ ହୋଇଥାଏ। ପ୍ରତିଦିନ ଗୋଟିଏ କଦଳୀକୁ ଗୋଟିଏ ଗ୍ଲାସ କ୍ଷିର ସହିତ ଖାଇବା ଦରକାର।

    ବାଦାମ :ବାଦାମ ଖାଇବା ଦ୍ବାରା ହାର୍ଟ ଶକ୍ତ ହୋଇଥାଏ ଓ ମସ୍ତିଷ୍କ ଠିକ୍ ଭାବରେ କାମ କରିଥାଏ । ବାଦାମ ଶରୀରକୁ ଉପଯୁକ୍ତ ଶକ୍ତି ଯୋଗାଇଥାଏ କିନ୍ତୁ ଏହାକୁ ସବୁଦିନ ଖାଇବା ଅନୁଚିତ୍ କାରଣ ଏହା ଶରୀରର ମୋଟାପଣ ବଢାଇବାରେ ସାହଯ୍ୟ କରିଥାଏ ।

    ଦେଶୀ ଘିଅ :ଦେଶୀ ଘିଅ ଖାଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ। କିନ୍ତୁ ପ୍ରତିଦିନ ଏହାକୁ ଖାଇଲେ ଶରୀର ମୋଟା ହେବାର ସମ୍ଭାବନା ରହିଛି। ବିଶେଷ କରି ଡାଇବେଟିସ ରୋଗୀ ଏହାକୁ ଖାଇବା ଅନୁଚିତ ।

    ଯଦି ଅନେକ ସ୍ବାସ୍ଥ୍ୟ ଜନିତ ସମସ୍ୟାରୁ ରକ୍ଷା ପାଇବାକୁ ଚାହାଁନ୍ତି ତେବେ ଏହି ସବୁ ଖାଦ୍ୟ ଖାଇବାର ଅଭ୍ୟାସ କରନ୍ତୁ । ଯାହା ଆପଣଙ୍କୁ ରୋଗମୁକ୍ତ କରିବାରେ ସହାୟକ କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.3 ° C
    37.3 °
    37.3 °
    14 %
    4.2kmh
    0 %
    Fri
    37 °
    Sat
    39 °
    Sun
    41 °
    Mon
    42 °
    Tue
    43 °

    ସମ୍ବନ୍ଧିତ