Wednesday, August 12, 2026
24.6 C
Odisha

    ରାଜଧାନୀ ଭୁବନେଶ୍ୱର ମନ୍ଦିରରୁ ସିରିଜ ଲୁଟ୍ ; ରୁପା ମୁକୁଟ, ସୁନା ମୂର୍ତ୍ତି ଚୋରି କଲେ ଦୁର୍ବୃତ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀରେ ମନ୍ଦିରରୁ ସିରିଜ ଲୁଟ୍ । ରୁପା ମୁକୁଟ, ସୁନା ମୂର୍ତ୍ତି ଚୋରି କଲେ ଦୁର୍ବୃତ୍ତ । କୋଟି କୋଟି ଟଙ୍କାର ଠାକୁରଙ୍କୁ ଚୋରି କରି ନେଇଗଲେ ଲୁଟେରା । ଭୁବନେଶ୍ବରରେ ମାତିଲେ ମନ୍ଦିର ଲୁଟେରା । ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଥାନା ଅଞ୍ଚଳର ଏକାଧିକ ମନ୍ଦିରରୁ ଚୋରି ଅଭିଯୋଗ । ପଟିଆର ନୀଳକଣ୍ଠ ମନ୍ଦିର, ପଟିଆ କନକଦୁର୍ଗା ମନ୍ଦିର,ଶ୍ରୀ ବିହାର ଶିଖରଚଣ୍ଡୀ ମନ୍ଦିରରୁ ଚୋରି ହୋଇଛି । ଲୁଟେରାଙ୍କ ଭିତରେ ଜଣେ ମହିଳାଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

    ସେହିପରି ଗତ ଦୁଇ ଦିନ ତଳେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ ମନ୍ଦିରରୁ ଚୋରି ହୋଇଥିଲା । ଘୋଡ଼ା ମେଲଣ ଉତ୍ସବ ସରିବା ପରେ ବିଳମ୍ବିତ ରାତିରେ ଚୋରି ହୋଇଥିଲା । ଗତ ୫ ତାରିଖ ବିଳମ୍ବିତ ରାତ୍ରିରେ ଅଭିଯୁକ୍ତ ଦ୍ୱୟ ପାଚେରି ଡେଇଁ ମନ୍ଦିର ଭିତରେ ପଶିବା ସହିତ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରିଥିଲେ । ସେମାନେ ତାଲା ଭାଙ୍ଗି ମନ୍ଦିରର କୋଠ ଓ ଭଣ୍ଡାର ଘରେ ପଶିଥିଲେ । ମାତ୍ର ମାଆଙ୍କର କୌଣସି ସୁନାରୁପା ଗହଣା ନେଇ ନପାରି କେବଳ ହୁଣ୍ଡିରୁ ପାଇଥିବା ଟଙ୍କା ନେଇ ଫେରାର ହୋଇଯାଇଥିଲେ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.6 ° C
    24.6 °
    24.6 °
    90 %
    1.8kmh
    100 %
    Wed
    31 °
    Thu
    29 °
    Fri
    27 °
    Sat
    28 °
    Sun
    28 °

    ସମ୍ବନ୍ଧିତ