ଥାଇରଏଡ ଏମିତି ଏକ ରୋଗ ଯାହା ପ୍ରାୟତଃ ଗଳାରେ ଦେଖିବାକୁ ମିଳିଥାଏ । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଅଧିକାଂଶ ଲୋକଙ୍କ ପାଖରେ ଏ ରୋଗର ଲକ୍ଷଣ ଦେଖିବାକୁ ମିଳେ । ଏହା ଗଳାରେ ଗୋଲାକାର ଆକାର ସଦୃଶ ଦେଖାଯାଏ । ଥାଇରଏଡ୍ ରୋଗ ହେଲେ ପୁରା ଶରୀର ଉପରେ ପ୍ରଭାବ ପଡ଼ିଥାଏ । ଥଣ୍ଡା ରୋଗୀଙ୍କ ଉପରେ ଅଧିକ ପ୍ରଭାବ ପକାଇଥାଏ ଏହି ରୋଗ । ଥାଇରଏଡ୍ ସମସ୍ୟା ପାଇଁ ଶରୀରରେ ହରମୋନ ଶକ୍ତି କମ୍ ବେଶୀ ହୋଇଥାଏ । ଓଜନରେ ମଧ୍ୟ ସମସ୍ୟା ଦେଖାଯାଏ । ଥାଇରଏଡ୍ ସ୍ମରଣ ଶକ୍ତିକୁ ମଧ୍ୟ ଦୁର୍ବଳ କରିଦିଏ । ଥାଇରଏଡ୍ ରୋଗୀଙ୍କ ପାଇଁ ମେଡିସିନ ଏବଂ ଅସ୍ତ୍ରୋପଚାର ବାହାରିଛି । କିନ୍ତୁ ଯୋଗ ମାଧ୍ୟମରେ ଏହି ରୋଗରୁ ଚିରଦିନ ପାଇଁ ମୁକ୍ତି ମିଳିପାରିବ। ତେବେ ଥାଇରଏଡ୍ ରୋଗର ଲକ୍ଷଣ ଏବଂ ଥାଇରଏଡ୍ ରୋଗକୁ ନିୟନ୍ତ୍ରଣ କରିବାର ଉପାୟ ବିଷୟରେ ଆସନ୍ତୁ ଜାଣିବା ।
ଥାଇରଏଡ୍ ର ଲକ୍ଷଣ : ଥାଇରଏଡ୍ ରୋଗୀଙ୍କ ପାଖରେ ଆଳସ୍ୟ, ଥକାପଣ, କେଶ ଝଡିବା, ଭୋକ ନଲାଗିବା, ନିଦ ଠିକ ନହେବା, ସ୍ମରଣ ଶକ୍ତି ହ୍ରାସ ପାଇବା ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ଥାଇରଏଡ୍ ରୋଗୀଙ୍କର ହାର୍ଟ ସମସ୍ୟା, ଡାଇବେଟିସ୍ ,ଆସ୍ଥମା ଭଳି ରୋଗ ଉପୁଜିବାର ମଧ୍ୟ ସମ୍ଭାବନା ଥାଏ ।
ଥାଇରଡକୁ କେମିତି କଣ୍ଟ୍ରୋଲ କରିବେ : ଥାଇରଏଡ ରୋଗୀଙ୍କ ପାଇଁ ଓ୍ବାର୍କଆଉଟ୍ ଖୁବ ଜରୁରୀ । ସକାଳେ ଆପଲ ଭିନେଗାର ପିଇବା ଦ୍ବାରା ଏହି ରୋଗ ନିୟନ୍ତ୍ରଣ ହେବ । ସେହିପରି ରାତିରେ ହଳଦୀ କ୍ଷୀର ପିଇବା ଆପଣଙ୍କ ପାଇଁ ଭଲ ହେବ । ଏହା ସହ ସୂର୍ଯ୍ୟକିରଣରେ ବସିବା ଏବଂ ଖାଦ୍ୟରେ ନଡିଆ ତେଲର ବ୍ୟବହାର କରିବା ମଧ୍ୟ ଆପଣଙ୍କ ପାଇଁ ଉପଯୋଗୀ ହେବ । ଥାଇରଏଡ୍ ରୋଗୀମାନେ ଦିନକୁ ୭ ଘଣ୍ଟା ଶୋଇବା ନିହାତି ଆବଶ୍ୟକ ।
ଯୋଗ ମାଧ୍ୟମରେ କିପରି ଥାଇରଏଡ୍ ନିୟନ୍ତ୍ରଣ : ସୂର୍ଯ୍ୟନମସ୍କାର, ସର୍ବାଙ୍ଗାସନ, ହଳାସନ, ପବନମୁକ୍ତାସନ, ମତ୍ସ୍ୟାସନ, ଓଷ୍ଟ୍ରାସନ ଓ ଭୁଜଙ୍ଗାସନ ଭଳି ଅନେକ ଯୋଗାସନ କରିବା ଦ୍ବାରା ଏହି ରୋଗର ଉପଚାର ହୋଇପାରିବ ।ଏ ସବୁ ଦ୍ଵାରା ସହଜରେ ଏହି ରୋଗରୁ ମୁକ୍ତି ମିଳିପାରୁଛି ।