Monday, November 16, 2026
18.9 C
Odisha

    ଥାନା ଆଗରେ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଦେଲେ ମହିଳା

    ଆଗକୁ ପଢନ୍ତୁ

    କଟକ ଜିଲା ସାଲେପୁର ଥାନା ଆଗରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଥାନା ଆଗରେ ମହିଳା ଜଣକ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ମୁତାବକ, ଗୁରୁବାର ମହିଳାଙ୍କ ସ୍ବାମୀଙ୍କୁ ଏକ ଚୋରି ମାମଲାରେ ପୋଲିସ ଉଠାଇ ଆଣିଥିଲା। ହେଲେ ଶୁକ୍ରବାର ଅପରାହ୍ନରେ ମହିଳା ଜଣକ ଥାନାରେ ପହଞ୍ଚି ଥିଲେ। ଥାନା ଆଗରେ ମହିଳା ଜଣକ ତାଙ୍କ ସ୍ବାମୀ ନିର୍ଦ୍ଦୋଶ କହି ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ତାଙ୍କୁ ସାଲେପୁର ଡାକ୍ତରଖାନାରେ ଭର୍ତ୍ତ କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ମେଡିକାଲ ପଠାଯାଇଥିବା ଜଣାପଡିଛି। ଥାନା ଆଗରେ ଏଭଳି ଘଟଣା ଘଟିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    18.9 ° C
    18.9 °
    18.9 °
    75 %
    1.2kmh
    100 %
    Sun
    18 °
    Mon
    27 °
    Tue
    26 °
    Wed
    25 °
    Thu
    21 °

    ସମ୍ବନ୍ଧିତ