Friday, October 2, 2026
30.6 C
Odisha

    ଦରଦାମ ବୃଦ୍ଧି ନେଇ ବିଜେପିକୁ ଟାର୍ଗେଟ କଲା ବିଜେଡି

    ଆଗକୁ ପଢନ୍ତୁ

    ରାଜ୍ୟରେ ପରିବର୍ତ୍ତନ ଓ ସୁଶାସନ ନାରା ଦେଇ ବିଜେପି ସରକାର ଦରଦାମ ଆକାଶଛୁଆଁ କରିଛନ୍ତି। ହୁ ହୁ ହୋଇ ବଢିଚାଲିଛି ଦୈନନ୍ଦିନ ବ୍ୟବହାର ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀର ଦାମ । ଡାଲି, ଚାଉଳ, ପରିବା ଏପରିକି ଆଳୁ ପିଆଜ ଭଳି ନିହାତି ଆବଶ୍ୟକ ଖାଉଟି ସାମଗ୍ରୀର ଦର ମଧ୍ୟ ବୃଦ୍ଧି ହୋଇଛି। ଯାହାକୁ ନେଇ ସାଧାରଣ ଲୋକ ନାହିଁ ନଥିବା ହଇରାଣ ହେଉଥିବା ବେଳେ ଏହାକୁ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି।

    ଆଜି ଶଙ୍ଖ ଭବନରେ ସମ୍ବାଦିକ ସମ୍ମିଳନୀ କରି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଏବଂ ଲେଖାଶ୍ରୀ ସାମନ୍ତସିଂହାର ଦରବୃଦ୍ଧି ପ୍ରସଙ୍ଗରେ ସରକାରକୁ ଘେରିଥିଲେ । ପ୍ରମିଳା କହିଥିଲେ, ରାଜ୍ୟରେ ପରିବର୍ତନ ଓ ସୁଶାସନ ନାରା ଦେଇ ଦରଦାମ ଆକାଶଛୁଆଁ କରିଛନ୍ତି । ସାଧାରଣ ଲୋକ ଆଶା କରୁଛନ୍ତି ଭଲ ଖାଇବେ ଓ ଶସ୍ତାରେ ପାଇବେ, ତେଣୁ ଚାଉଳ, ଡାଲି, ପନିପରିବା ଦର ବୃଦ୍ଧି ରାଜ୍ୟ ସରକାର ନିୟନ୍ତ୍ରଣ କରି ଲୋକଙ୍କୁ ନ୍ୟାୟ ଦିଅନ୍ତୁ । ତେବେ ମନ୍ତ୍ରୀ କହୁଛନ୍ତି ଦରଦାମରେ ସରକାରଙ୍କ ନିୟନ୍ତ୍ରଣ ନାହିଁ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସାଧାରଣ ଲୋକ ଶସ୍ତାରେ କେମିତି ଜିନିଷ ପାଇବେ, ସେ ବ୍ୟବସ୍ଥା ରାଜ୍ୟ ସରକାର କରନ୍ତୁ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି । ଏଥିସହ ବିଜେଡି ଏ ପ୍ରସଙ୍ଗରେ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ