Saturday, September 26, 2026
23.6 C
Odisha

    ଦଲାଲ ସକ୍ରିୟ : ଆର୍‌ଆଇ ଚାକିରି ପାଇଁ ୧୭ ଲକ୍ଷ, ଫରେଷ୍ଟର୍‌ ଚାକିରି ପାଇଁ ୧୬ ଲକ୍ଷ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସରକାରୀ ଚାକିରି କରିବାକୁ ଆଉ ଘଣ୍ଟା ଘଣ୍ଟା ଧରି ପରିଶ୍ରମ କରି ପାଠ ପଢ଼ିବାକୁ ପଡ଼ିବ ନାହିଁ। ଟଙ୍କା ଦେଲେ ଚାକିରି ମିଳିଯିବ। ସେଥିପାଇଁ ପରୀକ୍ଷା ହଲ୍‌ରେ ଖାଲି କମ୍ପ୍ୟୁଟର୍‌ ମାଉସ୍‌ ହଲାଇବାକୁ ପଡ଼ିବ। କିନ୍ତୁ ଏସବୁ କଥା ଯେମିତି ତୃତୀୟ କାନକୁ ନଯାଏ। ରାଜ୍ୟରେ ଏବେ ଏମିତି ଏକ ଚାକିରି ବିକ୍ରି ରାକେଟ୍‌ ସକ୍ରିୟ ହୋଇଥିବା ଜଣାଯାଇଛି। ସେମାନେ ଆଶାୟୀଙ୍କୁ ଏମିତି ନିର୍ଭରଯୋଗ୍ୟ ଚାକିରି ପ୍ରତିଶ୍ରୁତି ଦେଇ ଟଙ୍କା ଆଦାୟ କରୁଛନ୍ତି। ଏହି ଦଲାଲ୍‌ ଗୋଷ୍ଠୀ ବିଶେଷକରି ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ପକ୍ଷରୁ କରାଯାଉଥିବା ପରୀକ୍ଷାରେ ଆଶାୟୀଙ୍କୁ ନିଯୁକ୍ତି ଦେବାକୁ କହି ସେମାନଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଲୁଟୁଛନ୍ତି। ଭିନ୍ନଭିନ୍ନ ନିଯୁକ୍ତି ପାଇଁ ଟଙ୍କା ମଧ୍ୟ ଅଲଗା ରହିଛି। ଫରେଷ୍ଟର୍‌, ଫରେଷ୍ଟଗାର୍ଡ ଓ ଲାଇଭ୍‌-ଷ୍ଟକ୍‌ ଇନ୍ସପେକ୍ଟର୍‌ ପାଇଁ ୧୬ଲକ୍ଷରୁ ୨୦ଲକ୍ଷ ନେଉଥିବା ବେଳେ ଆର୍‌ଆଇ, ଅମିନ ଓ ଏସ୍‌ଏଫ୍‌ଏସ୍‌ ଚାକିରି ପାଇଁ ୧୭ଲକ୍ଷ ଟଙ୍କା ଦାବି କରୁଛନ୍ତି ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.6 ° C
    23.6 °
    23.6 °
    94 %
    1.4kmh
    11 %
    Sat
    23 °
    Sun
    29 °
    Mon
    30 °
    Tue
    30 °
    Wed
    29 °

    ସମ୍ବନ୍ଧିତ