Sunday, October 4, 2026
24.3 C
Odisha

    ଦାନା’କୁ ନେଇ ବଡ ଅପଡେଟ, ବଦଳିଯିବ ଗତିପଥ! ପଶ୍ଚିମବଙ୍ଗରେ ୧ଲକ୍ଷ ଲୋକଙ୍କୁ ନିଆଗଲା ସୁରକ୍ଷିତ ସ୍ଥାନ

    ଆଗକୁ ପଢନ୍ତୁ

    ଘୂର୍ଣ୍ଣିବଳୟ ଦାନାର ବିପଦକୁ ଦୃଷ୍ଟିରେ ରଖି ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସରକାର ବିଶେଷ ପ୍ରସ୍ତୁତି ଚଳାଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ସ୍କୁଲ ଓ କଲେଜଗୁଡ଼ିକ ବନ୍ଦ ରହିଛି। ଟ୍ରେନ ଏବଂ ବିମାନ ସେବା ମଧ୍ୟ ବାତିଲ ହୋଇଛି । ପଶ୍ଚିମବଙ୍ଗ ସରକାର ଗୁରୁବାର ଘୋଷଣା କରିଛନ୍ତି ଯେ ଦାନାର ପ୍ରଭାବକୁ ଦେଖି ଏକ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ଶୁକ୍ରବାର ସକାଳେ ସମ୍ଭାବ୍ୟ ଘୂର୍ଣ୍ଣିବଳୟକୁ ଦୃଷ୍ଟିରେ ରଖି ୮୦,୦୦୦ରୁ ଅଧିକ ଲୋକଙ୍କୁ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି। ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଏପର୍ଯ୍ୟନ୍ତ ୧ ଲକ୍ଷ ୫୯ ହଜାର ୮୩୭ ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି ଏବଂ ୮୩,୫୩୭ ଲୋକଙ୍କୁ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରିଛନ୍ତି। ବାତ୍ୟା ଦାନା ବିଷୟରେ ଏକ ବଡ ଅପଡେଟ ଆସିଛି। ପାଣିପାଗ ବିଭାଗ ଅନୁଯାୟୀ, ଏହା ଗୁରୁବାର ମଧ୍ୟରାତ୍ରିରୁ ଶୁକ୍ରବାର ଭୋର ମଧ୍ୟରେ ଓଡ଼ିଶା ଉପକୂଳରେ ପହଞ୍ଚିପାରେ।
    ବାତ୍ୟା ‘ଦାନା’ର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସମେତ ଆଉ କିଛି ରାଜ୍ୟରେ ଏହାର ପ୍ରଭାବ ଦୃଶ୍ୟମାନ ହେଉଛି। ଅନେକ ସ୍ଥାନରେ ପ୍ରବଳ ପବନ ବହୁଛି ଏବଂ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ଗୁରୁବାର ରାତିରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଏହା ଉପକୂଳକୁ ଛୁଇଁବାର ସମ୍ଭାବନା ଅଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଶେଷଜ୍ଞଙ୍କ ମତରେ ‘ଦାନା’ର ଆଖି ନାହିଁ। ଏପଟେ ଏହା ଲ୍ୟାଣ୍ଡଫଲ କରିବାରେ ବିଳମ୍ବ ହେଉଥିବାରୁ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଏହା ମଧ୍ୟରାତିରେ ଲ୍ୟାଣ୍ଡଫଲ କରିବା ସହ ତାଣ୍ଡବ ରଚିପାରେ। ଲ୍ୟାଣ୍ଡଫଲ ବେଳେ ଏହା ସମାନ୍ୟ କର୍ଭ ହୋଇ ଯାଇଥିବାରୁ ଗତିପଥ ବଦଳାଇ ପାରେ ବୋଲି ଆଲୋଚନା କରାଯାଉଛି। ହେଲେ ଏହାକୁ ପାଣିପାଗ ବିଭାଗ ଖଣ୍ଡନ କରିଛି। ଲୋକେ ଏହାର ଗତିପଥକୁ ନେଇ ଭୟଭୀତ ନ ହେବା ସହ ଏହା ପ୍ରାୟତଃ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ କରିବ ବୋଲି କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ