Saturday, October 3, 2026
23.6 C
Odisha

    ଦିବ୍ୟାଙ୍ଗଙ୍କ ପାଇଁ ନିଯୁକ୍ତ ହେବେ ୧୫୦୦ ସ୍ବତନ୍ତ୍ର ଶିକ୍ଷକ : ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର  : ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି କ୍ରମରେ ବିଭିନ୍ନ ବିଦ୍ୟାଳୟରେ ଦିବ୍ୟାଙ୍ଗ ପିଲାଙ୍କ ଶିକ୍ଷା ପାଇଁ ୧୫୦୦ ଜଣ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ଗୃହରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।

    ମନ୍ତ୍ରୀ ଗୃହକୁ ସୂଚନା ଦେଇ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୪ ପୂର୍ବରୁ ରାଜ୍ୟରେ ପିଏମ ଶ୍ରୀ ସ୍କୁଲ ନଥିଲା । ପରେ ପ୍ରାଥମିକ ପର୍ଯ୍ୟାୟରେ କେନ୍ଦ୍ର ସରକାର ରାଜ୍ୟକୁ ୪୬୨ଟି ସ୍କୁଲ ଓଡ଼ିଶାକୁ ଦେଇଥିଲେ । ଏହାପରେ ରାଜ୍ୟ ସରକାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବା ପରେ ଅତିରିକ୍ତ ୩୦୦ ସ୍କୁଲ ଓଡ଼ିଶାକୁ ମିଳିଛି । ଏଠାରେ ପିଲାଙ୍କୁ ଅତ୍ୟାଧୁନିକ ଶିକ୍ଷା ମିଳିବ ବୋଲି ସେ କହିଛନ୍ତି । ଅପରପକ୍ଷେ ୨୦ରୁ କମ ପିଲା ଥିବାରୁ ଅତୀତରେ ବନ୍ଦ କରାଯାଇଥିବା ୪୬ଟି ସ୍କୁଲକୁ ସରକାର ପୁଣି ଥରେ ଖୋଲିଛନ୍ତି । ଆଉ ୪ ଟି ସ୍କୁଲ ଖୋଲିବା ପାଇଁ ସରକାର ବିଚାର କରୁଛନ୍ତି।  ଏ ପ୍ରକାରର ବନ୍ଦ ପଡ଼ିଥିବ କୌଣସି ସ୍କୁଲ ଖୋଲିବା ଦାବି ଥିଲେ ଜିଲ୍ଲା କମିଟି ନିକଟରେ ଆବେଦନ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ୧ଲକ୍ଷ ୮୩ ହଜାର ୨୧୬  ଛାତ୍ରଛାତ୍ରୀ ଡ୍ରପ ଆଉଟ୍ ଥିଲେ। ୬୦୭୨୯ ଛାତ୍ର ଛାତ୍ରୀଙ୍କୁ ସ୍କୁଲକୁ ଫେରାଇ ଅଣାଯାଇଛି। ଗୃହରେ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ