Friday, October 2, 2026
22.9 C
Odisha

    ଦିଲ୍ଲୀରେ ଏସଆଇଆର ପୂର୍ବରୁ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୨୦ ବାଂଲାଦେଶୀ ନାଗରିକ ଗିରଫ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତର ବିଭିନ୍ନ ରାଜ୍ୟରେ ଅବୈଧ ବାଂଲାଦେଶୀଙ୍କୁ ଖୋଜା ଚାଲିଛି । ପୋଲିସ ଦ୍ବାରା ଅନେକ ମାତ୍ରାରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀଙ୍କୁ ଗିରଫ କରାଯାଇ ଫେରିଯିବାକୁ କୁହାଯାଉଛି । ଏପରି ସ୍ଥଳେ ଦିଲ୍ଲୀ ପୋଲିସ ବଡ଼ ଆକ୍ସନ ନେଇଛି । ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ଦିଲ୍ଲୀ ଭିତରୁ ୨୦ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି ।ଦିଲ୍ଲୀରେ ଏସଆଇଆର ପ୍ରକ୍ରିୟା ପୂର୍ବରୁ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । ପୋଲିସ ଦ୍ବାରା ୨୦ ବାଂଲାଦେଶୀ ନାଗରିକଙ୍କ ଧରିଛି । ସମସ୍ତ ବାଂଲାଦେଶୀ ନାଗରିକ ଅବୈଧ ଭାବେ ଭାରତରେ ରହୁଥିଲେ । ଧରାଯାଇଥିବା ଅବୈଧ ଲୋକଙ୍କ ପାଖରୁ କିଛି ଭାରତୀୟ ପରିଚୟ ପତ୍ର ଜବତ ହୋଇଛି ।

    ନିର୍ବାଚନ କମିଶନ ଆୟୋଗ ଖୁବଶୀଘ୍ର ଦିଲ୍ଲୀରେ ଏସଆଇଆର କରାଯିବ । ଦିଲ୍ଲୀରେ ଏହି ପ୍ରକ୍ରିୟା ୩ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟରେ ବିହାରରୁ ଏସଆଇଆର କରାଯାଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ ଏସଆଇଆର ଦେଶର ୧୨ଟି ରାଜ୍ୟରେ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ