Wednesday, October 7, 2026
27.2 C
Odisha

    ଦିଲ୍ଲୀରେ ପ୍ରବଳ ଧୂଳିଝଡ଼ ପାଇଁ ବିମାନ ବିଳମ୍ବିତ; ପ୍ରଭାବିତ ହେଲେ ଶହ ଶହ ଯାତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରବଳ ଧୂଳିଝଡ଼ ଏବଂ ପବନ ପ୍ରବାହ ହେତୁ ଗତକାଲି ବିମାନ ଉଡ଼ାଣରେ ବିଳମ୍ବ ହୋଇଛି। ଯାହାଫ‌ଳରେ ଶହ ଶହ ଯାତ୍ରୀ ପ୍ରଭାବିତ ହୋଇଛନ୍ତି। ବିଳମ୍ବିତ ବିମାନକୁ ବାଦ୍‌ ଦେବା ପରେ ଅତି କମରେ ୧୫ ଟି ବିମାନକୁ ସେମାନଙ୍କର ନିର୍ଦ୍ଧାରିତ ଗନ୍ତବ୍ୟସ୍ଥଳରୁ ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ରହିଛି। ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଭଳି ବିମାନ କମ୍ପାନୀଗୁଡ଼ିକ ଏନେଇ ଏକ୍ସରେ ପରାମର୍ଶ ଜାରି କରିଛନ୍ତି। ନିରାଶ ହୋଇଥିବା ଅନେକ ଯାତ୍ରୀ ସେମାନଙ୍କ ଦୁଃଖଦ ପରିସ୍ଥିତି ସଂପର୍କରେ ବର୍ଣ୍ଣନା କରିଛନ୍ତି।

    ଏୟାର ଇଣ୍ଡିଆ ବିମାନରେ ଫସି ରହିଥିବା ଜ‌ଣେ ଯାତ୍ରୀ କହନ୍ତି “ଆମର ଶ୍ରୀନଗରରୁ ଦିଲ୍ଲୀ ଦେଇ ମୁମ୍ବାଇକୁ ଅପରାହ୍ନ ୪ଟାରେ ଏକ ସଂଯୋଗକାରୀ ବିମାନ ଥିଲା। ଦିଲ୍ଲୀରୁ ଆମର ବିମାନ ପ୍ରଥମେ ଚଣ୍ଡିଗଡ଼କୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ତା’ପରେ ରାତି ୧୧ ଟାରେ ଦିଲ୍ଲୀକୁ ଫେରି ଆସିଥିଲା। ଦିନ ୧୨ ଟାରେ ଆମକୁ ଦିଲ୍ଲୀରୁ ମୁମ୍ବାଇକୁ ଅନ୍ୟ ଏକ ବିମାନରେ ଯିବାକୁ କୁହାଯାଇଥିଲା। ପ୍ରାୟ ଭୋର ୪ ଟାରେ ଆମକୁ ପୁଣି ଥରେ ବିମାନରୁ ଓହ୍ଲାଇବାକୁ କୁହାଯାଇଥିଲା ଏବଂ ପୁଣି ଥରେ ସୁରକ୍ଷା ଯାଞ୍ଚ ମଧ୍ୟ ଦେଇ ଯିବାକୁ କୁହାଯାଇଥିଲା। ସକାଳ ୭ଟା ବାଜିଛି ଏବଂ ଆମେ ଏପର୍ଯ୍ୟନ୍ତ ବିମାନବନ୍ଦରରେ ଅପେକ୍ଷା କରିଛୁ। ଆମର ବିମାନ ଏପର୍ଯ୍ୟନ୍ତ ଉଡ଼ାଣ ଆରମ୍ଭ କରିନାହିଁ।’’ଯାତ୍ରୀଙ୍କ ଅନୁଯାୟୀ, ଯେତେବେଳେ ସେମାନେ ଦିଲ୍ଲୀରେ ଅବତରଣ କରିଥିଲେ ସେତେବେଳେ ଯାଇ ସେମାନଙ୍କୁ ବିମାନରେ ଖାଦ୍ୟ ପରିବେଷଣ କରାଯାଇଥିଲା।

    ସେହି ବିମାନରେ ଥିବା ଜଣେ ୭୫ ବର୍ଷୀୟା ହ୍ୱିଲଚେୟାରରେ ବସିଥିବା ମହିଳା କହିଛନ୍ତି, “ଆମେ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଛୁ। ଝଡ଼ ଯୋଗୁ ଆମେ ଦିଲ୍ଲୀରେ ଅବତରଣ କରିପାରିଲୁ ନାହିଁ। କିନ୍ତୁ ଆମେ ରାତି ୧୧ଟାରୁ ଦିଲ୍ଲୀ ବିମାନବନ୍ଦରରେ ଅପେକ୍ଷା କରିଛୁ।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ