Saturday, October 10, 2026
29.2 C
Odisha

    ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା, ୧୦ ସେକେଣ୍ଡ ପାଇଁ ଭୟରେ କମ୍ପିଲେ ଲୋକେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଥରିଲା ଦିଲ୍ଲୀ, ନୋଏଡ଼ା, ଗାଜିଆବାଦ। ସକାଳୁ ସକାଳୁ ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା। ୧୦ ସେକେଣ୍ଡ ପାଇଁ ଅନୁଭୂତ ହେଲା ଝଟକା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୧ ମପାଯାଇଛି। ସକାଳ ୯ଟା ୪ ମିନିଟ୍ ସମୟରେ ଝଟକା ଅନୁଭୂତ ହୋଇଛି। ଗତକାଲି ସେଣ୍ଟ୍ରାଲ ଆମେରିକାର ଗୁଆଟେମାଲାରେ ଶକ୍ତ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହା ସେଠାକାର ଘରକୁ ଦୋହଲାଇ ଦେଇଥିଲା। ମିଡିଆ ରିପୋର୍ଟ ମୁତାବକ, ଅଧିକାରୀମାନେ ସେଠାକାର ଲୋକଙ୍କୁ ବଞ୍ଚିବା ପାଇଁ ବିଲ୍ଡିଂକୁ ଖାଲି କରିବାକୁ କହିଥିଲା।

    ପ୍ରଥମ ଭୂମିକମ୍ପର ତୀବ୍ରତା ୫.୨ ରହିଥିଲା। ଏହାପରେ ଅନେକ ଝଟକା ଅନୁଭବ କରାଯାଇଥିଲା। ଏଥିରେ ଲୋକେ ଖୁବ ଭୟଭୀତ ହୋଇଯାଇଥିଲେ। ଏହି ଭୂମିକମ୍ପ ଗୁଆଟେମାଲାର ସିଟିରୁ ୬୦ କିମି ଦୂରରେ ଘଟିଥିଲା। ଅନ୍ୟ ଭୂମିକମ୍ପ ଝଟକାର ତୀବ୍ରତା ୩.୯ ଏବଂ ୫.୬ ମପାଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ଭୂମିକମ୍ପ ଯୋଗୁଁ କିଛି କୋଠା କ୍ଷତିଗ୍ରସ୍ତ ହୋଇଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି, ବିପର୍ଯ୍ୟୟ ହ୍ରାସ ପାଇଁ ଜାତୀୟ ସଂଯୋଜକ ଲୋକମାନଙ୍କୁ ଘର ଖାଲି କରିବାକୁ କହିଥିଲେ। ଯେକୌଣସି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଜରୁରୀକାଳୀନ ଟିମଙ୍କୁ ଅନେକ ସ୍ଥାନକୁ ପଠାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    60 %
    1.7kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ