Thursday, April 9, 2026
27.5 C
Odisha

    ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେ ତାଙ୍କର ଦିଲ୍ଲୀ ଗସ୍ତ ସମୟରେ ବିଭିନ୍ନ କେନ୍ଦ୍ରୀୟ ନେତାଙ୍କ ସମେତ କିଛି କେନ୍ଦ୍ର ମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

    ସୂଚନା ଅନୁଯାୟୀ, ଦିଲ୍ଲୀରୁ ଡାକରା ଆସିବା ପରେ ମୁଖ୍ୟମନ୍ତ୍ରୀ ଗସ୍ତରେ ଯାଇଛନ୍ତି। ରାଜ୍ୟ ବିଜେପି ସଭାପତି ଚୟନ ପାଇଁ ସମୟ ଗଡି ଯାଉଥିବାରୁ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଦିଲ୍ଲୀରେ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା ହେବାର ସମ୍ଭାବନା ରହିଛି। ଅନ୍ୟ ପକ୍ଷରେ, ରାଜ୍ୟରେ ବିଭିନ୍ନ ନିଗମରେ ନିଯୁକ୍ତି ନେଇ ମଧ୍ୟ ଆଲୋଚନା ହୋଇପାରେ। ତେବେ ଏ ନେଇ କୌଣସି ସୂଚନା ଦିଆଯାଇ ନ ଥିବାରୁ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ନବୀନଙ୍କ ଦିଲ୍ଲୀ ଗସ୍ତ ସମୟରେ ବିଜୁ ଜନତା ଦଳର ନେତା ରାଜା ଚକ୍ରଙ୍କୁ ଗିରଫ କରାଯାଇଛି। ପାଖାପାଖି ୧୫୦ କୋଟି ଟଙ୍କାର ଲୋଡିଂ ସ୍କାମକୁ ନେଇ ତାଙ୍କୁ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି। ଖବର ଅନୁସାରେ ସେ ବିଜେପିର କିଛି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିପାରନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.5 ° C
    27.5 °
    27.5 °
    38 %
    1.4kmh
    30 %
    Thu
    28 °
    Fri
    37 °
    Sat
    39 °
    Sun
    41 °
    Mon
    43 °

    ସମ୍ବନ୍ଧିତ