Saturday, February 7, 2026
29.1 C
Odisha

    ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ୬ଦିନିଆ ଓଡ଼ିଶା ଗସ୍ତ ସାରି ଦିଲ୍ଲୀ ଫେରି ଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ସକାଳେ ଲୋକଭବନରୁ ରାଷ୍ଟ୍ରପତିଙ୍କ କାରକେଡ ବାହାରି ସିଧାସଳଖ ବିଜୁ ପଟ୍ଟନାୟକ ବିମାନବନ୍ଦର ଅଭିମୁଖେ ଯାଇଥିଲା । ରାଷ୍ଟ୍ରପତି ଏହି ଗସ୍ତ ସବୁଠାରୁ ଲମ୍ବା ଗସ୍ତ ରହିଥିଲା । ଫେବୃଆରୀ ୨ରେ ରାଷ୍ଟ୍ରପତି ଓଡ଼ିଶାକୁ ଆସି ୫ଟି ଜିଲାକୁ ପର୍ଯ୍ୟାୟ କ୍ରମେ ଗସ୍ତ କରିଥିଲେ । ମା ବିରଜାଙ୍କୁ ଦର୍ଶନ କରି ଏହି ଯାତ୍ରା ଆରମ୍ଭ କରିଥିଲେ । ଏହାପରେ ବାଲେଶ୍ୱର ଫକିର ମୋହନ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ ।

    ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ରାଷ୍ଟ୍ରପତି । ଶେଷରେ ନିଜ ଜିଲା ମୟୂରଭଞ୍ଜ ଜିଲାର ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହାପରେ ଭୁବନେଶ୍ୱରରେ ଆୟୋଜିତ ବ୍ଲାକ ସ୍ୱାନ୍‌ ଶିଖର ସମ୍ମିଳନୀରେ ଯୋଗ ଦେଇ ପରାମର୍ଶ ଦେଇଥିଲେ । ପ୍ରତିଥର ରାଷ୍ଟ୍ରପତି ଓଡ଼ିଶା ଆସିବା ବେଳେ ପ୍ରୋଟକଲ ଭାଙ୍ଗି ଲୋକଙ୍କ ପାଖକୁ ଯାଇଥାନ୍ତି । କୁନି କୁନି ଛୁଆଙ୍କୁ ଦେଖିଲେ ପ୍ରୋଟକଲ ଭାଙ୍ଗି ସେମାନଙ୍କୁ ଚକୋଲେଟ୍‌ ଦେଇଥାନ୍ତି । ରାଷ୍ଟ୍ରପତିଙ୍କ ଏଥର ଓଡ଼ିଶା ଗସ୍ତ ବେଶ ସ୍ମରଣୀୟ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    15 %
    3.9kmh
    0 %
    Sat
    30 °
    Sun
    31 °
    Mon
    31 °
    Tue
    33 °
    Wed
    34 °

    ସମ୍ବନ୍ଧିତ