Friday, October 2, 2026
28.6 C
Odisha

    ଦିଲ୍ଲୀ ବିଶ୍ବର ସବୁଠୁ ପ୍ରଦୂଷିତ ସହର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦୀପାବଳି ପରେ ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଅତ୍ୟନ୍ତ ପ୍ରଦୂଷିତ ହୋଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିଲ୍ଲୀ ବିଶ୍ବର ସବୁଠୁ ପ୍ରଦୂଷିତ ସହରର ମାନ୍ୟତାଲାଭ କରିଛି। ଦିଲ୍ଲୀ ବ୍ୟତୀତ ଏହି ତାଲିକାର ଶ୍ରେଷ୍ଠ ୧୦ ମଧ୍ୟରେ ଭାରତର ମୁମ୍ବାଇ ଓ କୋଲକାତା ମଧ୍ୟ ସ୍ଥାନ ପାଇଛି। ମୁମ୍ବାଇ ତାଲିକାର ୫ମ ଏବଂ କୋଲକାତା ୮ମ ସ୍ଥାନରେ ରହିଛି। ସ୍ବିଜରଲାଣ୍ଡର ଆଇକ୍ୟୁଏୟାର ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ଦିଲ୍ଲୀ ବିଶ୍ବର ସବୁଠୁ ପ୍ରଦୂଷିତ ସହର ଭାବେ ପ୍ରଥମ ସ୍ଥାନ ଅଧିକାର କରିଛି। ଦିଲ୍ଲୀ ପଛକୁ ଲାହୋର ୨ୟ, କୁଏତ ସିଟି ୩ୟ, କରାଚୀ ୪ର୍ଥ, ତାସ୍‌କେଣ୍ଟ ୬ଷ୍ଠ, ଦୋହା ୭ମ, କାନବେରା ୯ମ ଏବଂ ଜାକର୍ତ୍ତା ୧୦ମ ସ୍ଥାନରେ ରହିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନଦଣ୍ଡ ଅନୁଯାୟୀ ୦-୫୦ ଏକ୍ୟୁଆଇକୁ ଉତ୍ତମ, ୫୧-୧୦୦ ଏକ୍ୟୁଆଇକୁ ସନ୍ତୋଷଜନକ, ୧୦୧-୨୦୦ ଏକ୍ୟୁଆଇକୁ ସ୍ବାଭାବିକ, ୨୦୧-୩୦୦ ଏକ୍ୟୁଆଇକୁ ଖରାପ, ୩୦୧-୪୦୦ ଏକ୍ୟୁଆଇକୁ ଅତ୍ୟନ୍ତ ଖରାପ ଏବଂ ୪୦୧-୫୦୦ ଏକ୍ୟୁଆଇକୁ ସାଂଘାତିକ ଶ୍ରେଣୀଭୁକ୍ତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.6 ° C
    28.6 °
    28.6 °
    75 %
    1.8kmh
    59 %
    Fri
    27 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ