Saturday, October 3, 2026
24.7 C
Odisha

    ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ ଆଉ ଜଣେ ଡାକ୍ତରଙ୍କୁ ଗିରଫ କରିଛି। ଗିରଫ ଡାକ୍ତର ହେଲେ ବିଲାଲ ନାସିର ମଲ୍ଲା। ସେ ଦିଲ୍ଲୀ ବିସ୍ଫୋରଣ ଘଟଣାର ଅନ୍ୟତମ ଷଡଯନ୍ତ୍ରକାରୀ। ବିଲାଲ୍ ଆତ୍ମଘାତୀ ବିସ୍ଫୋରକ ଡାକ୍ତର ଉମର ନବିକୁ ସହାୟତା କରିଥିଲା। ଦିଲ୍ଲୀର ଲାଲକିଲାରେ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିବା ଉମର ନବିର ଘର ଜାମ୍ମୁ-କାଶ୍ମୀର। ତେଣୁ ଉମରକୁ ବିଭିନ୍ନ ସମୟରେ ନେବା ଆଣିବା ଓ ଜିନିଷ ପତ୍ର ଯୋଗାଡ କରିବାରେ ବିଲାଲ୍ ସହଯୋଗ କରିଥିଲା। ଉମର ହରିୟାଣାର ଫରିଦାବାଦସ୍ଥିତ ଅଲ୍‌ ଫଲାହ ମେଡିକାଲ କଲେଜରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲା। ନଭେମ୍ବର ୧୦ (୧୦/୧୧) ବିସ୍ଫୋରଣ ଘଟଣାରେ ଏନଆଇଏ ବର୍ତ୍ତମାନ ସୁଦ୍ଧା ୮ଜଣଙ୍କୁ ଗିରଫ କଲାଣି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.7 ° C
    24.7 °
    24.7 °
    83 %
    1.4kmh
    16 %
    Sat
    24 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ