Saturday, December 13, 2025
15.8 C
Odisha

    ଦିଲ୍ଲୀ ବ୍ଲାଷ୍ଟ ମାମଲାରେ NIAର ଚାଞ୍ଚଲ୍ୟକର ତଥ୍ୟ, ବିସ୍ଫୋରଣ ପାଇଁ ୨୬ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ ଅଭିଯୁକ୍ତ ପାଞ୍ଚ ଡାକ୍ତର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ବ୍ଲାଷ୍ଟ ମାମଲାରେ NIAର ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ବିସ୍ଫୋରଣ ପାଇଁ ୨୬ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ ଅଭିଯୁକ୍ତ ପାଞ୍ଚ ଡାକ୍ତର । ଜୈଶ-ଇ-ମହମ୍ମଦ ସହ ଜଡ଼ିତ ଏହି ଡାକ୍ତରମାନେ ‘ହ୍ବାଇଟ କଲର ଆତଙ୍କବାଦୀ ମଡ୍ୟୁଲ’ ଗଠନ କରିଥିଲେ । ଏହା ପରେ ନିଜସ୍ବ ପାଣ୍ଠିରେ ୨୬ ଲକ୍ଷ ଟଙ୍କା ଯୋଗାଡ଼ କରି ଆତଙ୍କବାଦୀ ଷଡ଼ଯନ୍ତ୍ର କରିଥିଲେ ।ବିଭିନ୍ନ ସହରରେ ଏକକାଳୀନ ବିସ୍ଫୋରଣ ଘଟାଇବାକୁ ଏହି ଟଙ୍କା ଯୋଗାଡ କରିଥିଲେ ବୋଲି ଖୁଲାସା କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଗିରଫ ଅଭିଯୁକ୍ତ ଡାକ୍ତର ମୁଜ୍ଜାମିଲ ସ୍ବୀକାର କରିଛି ପାଞ୍ଚ ଜଣ ଡାକ୍ତର ଏହି ଅର୍ଥ ସହ ସଂଗ୍ରହ କରିଥିଲେ । ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଡାକ୍ତର ଉମର ନବୀକୁ ଦେଇଥିଲେ ଦାୟିତ୍ବ । ମୃତ ଉମର ନବୀ ନିଜେ ଦେଇଥିଲା ଦୁଇ ଲକ୍ଷ ଟଙ୍କା ।

    ସେହିପରି ସର୍ଜନ ମ୍ୟାଡାମ୍ ଡାକ୍ତର ଶାହିନ ସାହିଦ ଦେଇଥିଲେ ୫ ଲକ୍ଷ ଟଙ୍କା । ୨୬ ଲକ୍ଷ ଟଙ୍କା ମଧ୍ୟରୁ ୩ ଲକ୍ଷ ଟଙ୍କାର ୨୬ କ୍ବିଣ୍ଟାଲ NPK ସାର କିଣିଥିଲେ । ଯାହାକୁ ୟୁରିଆ ଏବଂ ଆମୋନିୟମ ନାଇଟ୍ରେଟ୍ ସହ ମିଶାଯାଇଥିଲା । ସେହିପରି ସାଢେ ୬ ଲକ୍ଷ ଟଙ୍କାର ଗୋଟିଏ ଏକେ- ୪୭ କିଣିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.8 ° C
    15.8 °
    15.8 °
    45 %
    1.6kmh
    1 %
    Sat
    16 °
    Sun
    27 °
    Mon
    28 °
    Tue
    28 °
    Wed
    28 °

    ସମ୍ବନ୍ଧିତ