Friday, October 9, 2026
28.3 C
Odisha

    ଦିଲ୍ଲୀ ଭୋଟ ଗଣତି ଆରମ୍ଭରୁ ବିଜେପି ଆଗୁଆ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ପ୍ରଥମ ଟ୍ରେଣ୍ଡ ଖୁବ୍ ଶୀଘ୍ର ଉପଲବ୍ଧ ହେବ। ଦିଲ୍ଲୀ ବିଧାନସଭା ନିର୍ବାଚନର ପ୍ରଥମ ଟ୍ରେଣ୍ଡ ସାମ୍ନାକୁ ଆସିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ ଥିବା ଦେଖିବାକୁ ମିଳିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ଆରକେ ପୁରମ ଓ ରୋହିଣୀରେ ବିଜେପିକୁ ଫାଇଦା ମିଳିଛି। ଭୋଟ ଗଣତି ଆରମ୍ଭ ହେବା ପରେ ବ୍ୟାଲଟ୍ ପେପର ବକ୍ସ ଖୋଲାଯାଇଛି।ତ୍ରିନଗରରୁ ଆମ୍ ଆଦମୀ ପାର୍ଟି, ପାଟପରଗଞ୍ଜରୁ ବିଜେପି ଆଗୁଆ, ଦେବଲିରୁ ଆପ୍ ର ପ୍ରେମ ଚୌହାନ ଏବଂ ରୋହିଣୀରୁ ବିଜେପିର ବିଜେନ୍ଦର ଗୁପ୍ତା ଆଗୁଆ ଅଛନ୍ତି। ଦିଲ୍ଲୀ ନିର୍ବାଚନ ପାଇଁ ହୋଇଥିବା ଏକଜିଟ୍ ପୋଲରେ ବିଜେପି ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ବ୍ୟାଲଟ୍ ପେପର ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡ ମଧ୍ୟ ସମାନ ସୂଚାଉଛି।

    ବିଜେପି ୩ଟି ଆସନରେ ଆଗୁଆ ଥିବା ବେଳେ ଆମ୍ ଆଦମୀ ପାର୍ଟି ମଧ୍ୟ ୩ଟି ଆସନରେ ଆଗୁଆ ରହିଛି। ପୋଷ୍ଟାଲ ବାଲାଟ୍ ଗଣତିରେ ବାଦଲିରେ କଂଗ୍ରେସ ଆଗୁଆ ରହିଛି। ବାଦଲି ଆସନରୁ କଂଗ୍ରେସପ୍ରାର୍ଥୀ ଦେବେନ୍ଦ୍ର ଯାଦବଙ୍କୁ ଫାଇଦା ମିଳିଛି। ଏଭଳି ସ୍ଥିତିରେ ପ୍ରାରମ୍ଭିକ ଟ୍ରେଣ୍ଡ ଦେବେନ୍ଦ୍ର ଯାଦବଙ୍କ ପାଇଁ ଖୁସି ଖବର ଦେଖାଉଛି ।ଦିଲ୍ଲୀ ଭୋଟ୍ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡରେ ଆପ୍ ପ୍ରାର୍ଥୀ ଆତିଶୀ କାଲକାଜୀ ଆସନରୁ ପଛରେ ରହିଛନ୍ତି। ଅନ୍ୟପକ୍ଷରେ ଆପ୍ ପ୍ରାର୍ଥୀ ମନୀଷ ସିସୋଦିଆ ମଧ୍ୟ ଜଙ୍ଗପୁରା ଆସନରୁ ପଛରେ ରହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.3 ° C
    28.3 °
    28.3 °
    72 %
    1.6kmh
    0 %
    Fri
    26 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ