Sunday, September 27, 2026
29 C
Odisha

    ଦିଲ୍ଲୀ, ମହାରାଷ୍ଟ୍ରରେ ଏସଆଇଆର ସମୟସୀମା ବଢ଼ିଲା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଏସଆଇଆରକୁ ନେଇ ବିବାଦ ମଧ୍ୟରେ ଦିଲ୍ଲୀରେ ଦାବିି ଦାଖଲ ଓ ଉପସ୍ଥାପନର ସମୟସୀମାକୁ ନିର୍ବାଚନ କମିସନ (ଇସିଆଇ) ମାସେ ପାଇଁ ବଢ଼ାଇ ଦେଇଛନ୍ତି। ଏବେ ଅକ୍ଟୋବର ୩୦ ସୁଦ୍ଧା ଭୋଟର ନିଜ ଦାବି ଉପସ୍ଥାପନ କରିପାରିବେ ଓ ନଭେମ୍ବର ୩୦ ସୁଦ୍ଧା ନୋଟିସ, ଦାବି ଆଦିର ସମାଧାନ କରିହେବ। ମହାରାଷ୍ଟ୍ରର ମଧ୍ୟ ଦାବି ଉପସ୍ଥାପନର ସମୟସୀମାକୁ ବଢ଼ାଇ ଅକ୍ଟୋବର ୧୨ କରି ଦିଆଯାଇଛି। ନଭେମ୍ବର ୧୦ ଭିତରେ ଏ ସବୁର ସମାଧାନ ହେବ। ଏହା ସହିତ ଏସଆଇଆର ନୋଟିସ ପାଇଥିବା ଲୋକଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ସିଇସି ସ୍ପଷ୍ଟ କରିଛନ୍ତି। ବୁଥ ଲେଭୁଲ ଅଫିସର (ବିଏଲଓ) ତାଙ୍କ ଘରକୁ ଯାଇ ଆବଶ୍ୟକ ପ୍ରମାଣପତ୍ର ସଂଗ୍ରହ କରିବେ। ପରେ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର (ଇଆରଓ) ଏହାକୁ ଇସିଆଇନେଟ ସିଷ୍ଟମରେ ଅପଲୋଡ କରିବେ। ଜରୁରୀ ଆବଶ୍ୟକତା ନ ଥିଲେ ଏଭଳି ନୋଟିସ ପାଇଥିବା ଲୋକଙ୍କୁ ଇଆରଓ କିମ୍ବା ସହାୟକ ଇଆରଓ ଅଫିସକୁ ଡାକିବେ ନାହିଁ। ଆବଶ୍ୟକ ପଡ଼ିଲେ ଅନଲାଇନ ମାଧ୍ୟମରେ ଦାବିର ଶୁଣାଣି କରାଯିବ। ସେହିପରି ଭୋଟରଙ୍କ ପ୍ରତି ବଦଳରେ ତାଙ୍କ ପରିବାରର ଅନ୍ୟ ଜଣେ ବୟସ୍କଙ୍କୁ ଶୁଣାଣିରେ ସାମିଲ ହେବାକୁ ମଧ୍ୟ ଅନୁମତି ଦିଆଯାଇଛି। ନୋଟିସ ପାଇବାର ଅର୍ଥ ସ୍ବୟଂକ୍ରିୟ ଭାବେ ଭୋଟର ତାଲିକାରୁ ନାମ କାଟିଦେବା ନୁହେଁ ବୋଲି ପୁଣି ଥରେ ଇସିଆଇ ସ୍ପଷ୍ଟ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29 ° C
    29 °
    29 °
    71 %
    3kmh
    21 %
    Sun
    28 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ