Wednesday, April 22, 2026
42.1 C
Odisha

    ଦୀଘାରୁ ହଟୁ ‘ଧାମ’ – ଗଜପତି ମହାରାଜା

    ଆଗକୁ ପଢନ୍ତୁ

    ପୁରୀ : ଦୀଘା ଜଗନ୍ନାଥ ମନ୍ଦିର ଓ ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଆଜି ଗଜପତି ମହାରାଜା ଦିବ୍ୟ ସିଂହ ଦେବ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି।
    ଦୀଘା ଜଗନ୍ନାଥ ଧାମ ନାମକରଣ ସଂସ୍କୃତି ବିରୁଦ୍ଧ । ଦୀଘାରୁ ହଟୁ ‘ଧାମ’ ବୋଲି ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜାଙ୍କ ପକ୍ଷରୁ ସୂଚନା ମିଳିଛି। କୌଣସି ପରିସ୍ଥିତିରେ ଏହାକୁ ଜଗନ୍ନାଥ ଧାମ କୁହାଯାଇ ପାରିବ ନାହିଁ । ଅନେକ ଜଗନ୍ନାଥ ମନ୍ଦିର ରହିଛି, କୌଣସି ସ୍ଥାନରେ ଏପରି ନାମକରଣ କରାଯାଇନାହିଁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସାରିଛନ୍ତି। ଏହି ମନ୍ଦିର ପଶ୍ଚିମବଙ୍ଗ ସରକାର ନିର୍ମାଣ କରିଛନ୍ତି ତେଣୁ କେମିତି ଦୀଘାରୁ ଜଗନ୍ନାଥ ଧାମ ନାମ ହଟିବ ତାହା ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ । ପଶ୍ଚିମବଙ୍ଗ ସରକାର ଟ୍ରଷ୍ଟ୍‌ ଗଠନ କରିଛନ୍ତି। କୌଣସି ଘରୋଇ ସଂସ୍ଥା ଏହି କାର୍ଯ୍ୟ କରିନାହାଁନ୍ତି ବୋଲି ଗଜପତି ମହାରାଜା କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    42.1 ° C
    42.1 °
    42.1 °
    11 %
    4.2kmh
    52 %
    Wed
    41 °
    Thu
    43 °
    Fri
    44 °
    Sat
    44 °
    Sun
    44 °

    ସମ୍ବନ୍ଧିତ