Saturday, March 28, 2026
24.4 C
Odisha

    ଦୀଘା ଜଗନ୍ନାଥ ମନ୍ଦିରରେ ମିଠାକୁ ମହାପ୍ରସାଦର ଆଖ୍ୟା ଦେବା ପ୍ରସଙ୍ଗ, କଡା ପ୍ରତିକ୍ରିୟା ରଖିଲେ ଗଜପତି ମହାରାଜା

    ଆଗକୁ ପଢନ୍ତୁ

    ପୁରୀ : ଦୀଘା ଜଗନ୍ନାଥ ମନ୍ଦିରରେ ମିଠାକୁ ମହାପ୍ରସାଦର ଆଖ୍ୟା ଦେଇ ଘରେ ଘରେ ବାଣ୍ଟିବା ପ୍ରସଙ୍ଗକୁ ନେଇ କଡା ପ୍ରତିକ୍ରିୟା ରଖିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଇସ୍କନକୁ ଯଦି ସେବାପୂଜା କରିବାର ଅଛି ତେବେ ଜଗନ୍ନାଥ ସଂସ୍କୃତି ପରମ୍ପରାକୁ ମାନିବାକୁ ପଡିବ।
    ଇସ୍କନ କେଉଁଭଳି ମିଠାକୁ ମହାପ୍ରସାଦ କହୁଛି ସେନେଇ ଆଶ୍ଚର୍ଯ୍ୟ ପ୍ରକଟ କଲେ ଗଜପତି ମହାରାଜା ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି। ଭାରତବର୍ଷରେ ବାରମ୍ବାର ଇସ୍କନ ସଂସ୍ଥା ସହ ଆଲୋଚନା ପରେ ସେମାନେ ରାଜି ହୋଇଛନ୍ତି ପରମ୍ପରା ଅନୁଯାୟୀ ରଥଯାତ୍ରା କରିବାକୁ। କିନ୍ତୁ ଭାରତବର୍ଷ ବାହାରେ ଇସ୍କନର ମୁଖ୍ୟ କାର୍ଯ୍ୟାଳୟ ଯେଉଁ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହାନ୍ତି ସେତେ ପର୍ଯ୍ୟନ୍ତ ବନ୍ଦ ହେବନାହିଁ ।

    2024ରେ ଗଜପତିଙ୍କ ସହ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ତରଫରୁ ଶାସ୍ତ୍ରୀୟ ମତ ରଖାଯାଇଥିଲା। ପରେ ମାର୍ଚ୍ଚ 20ରେ ଭୁବନେଶ୍ୱରରେ ଶ୍ରୀମନ୍ଦିର ପଣ୍ଡିତମାନେ ଶାସ୍ତ୍ର ଆଧାରିତ ମତ ରଖିଥିଲେ। ଶ୍ରୀମନ୍ଦିର ପ୍ରଶାସନର ପୂର୍ଣ୍ନାଙ୍ଗ ମତ ପାଇଲା ପରେ ସେମାନେ ଅଦିନିଆ ରଥଯାତ୍ରା ବନ୍ଦ କରିବେ ବୋଲି ଆଶା ରଖିଛନ୍ତି ଗଜପତି ମହାରାଜା।

    ପରମ୍ପରା ଅନୁଯାୟୀ ରଥଯାତ୍ରା କରନ୍ତୁ ବୋଲି ସେ କହିଛନ୍ତି। ସେହିପରି ଶ୍ରୀଜଗନ୍ନାଥଙ୍କୁ ନେଇ ଅପସଂସ୍କୃତି ଓ ତ୍ରୁଟି ଯୁକ୍ତ ତଥ୍ୟ ଦୂର ପାଇଁ ଶ୍ରୀଜଗନ୍ନାଥ ପ୍ରଶାସନର ସାଂସ୍କୃତିକ ସବ କମିଟିକୁ ପୁନଃ କ୍ରିୟାନ୍ଵିତ କରାଯିବ। ସମଗ୍ର ଭାରତବର୍ଷରେ ଶ୍ରୀଜଗନ୍ନାଥ ପାଞ୍ଚ ରାତ୍ର ଆୟୋଜନ କରାଯିବ ଯାହା ଦ୍ବାରା ଆଜି ଓ ଆସନ୍ତା କାଲିର ପିଢ଼ି ମହାନ୍ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଜାଣିପାରିବେ ବୋଲି ଗଜପତିଙ୍କ ପ୍ରତିକ୍ରିୟାରେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    56 %
    1.5kmh
    0 %
    Sat
    39 °
    Sun
    39 °
    Mon
    41 °
    Tue
    38 °
    Wed
    38 °

    ସମ୍ବନ୍ଧିତ