Saturday, October 10, 2026
29.2 C
Odisha

    ଦୀଘା ଜଗନ୍ନାଥ ମନ୍ଦିର ‘ଦାରୁ’ ବିବାଦକୁ ଦୂରକଲେ ଆଇନମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ଦୀଘା ଜଗନ୍ନାଥ ମନ୍ଦିର ‘ଦାରୁ’ ବିବାଦକୁ ନେଇ ଆଜି ଲୋକସେବା ଭବନରେ ଚାଲିଥିବା ଗୁରୁତ୍ଵପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକ ପରେ ଦୀଘା ଜଗନ୍ନାଥ ମନ୍ଦିର ମୂର୍ତ୍ତି ନିର୍ମାଣ ନେଇ ଥିବା ଦ୍ଵନ୍ଦ୍ଵ ଦୂର କରିଛନ୍ତି ଆଇନିମନ୍ତ୍ରୀ। ସେ କହିଛନ୍ତି, ବଳକା ଦାରୁରେ ମୂର୍ତ୍ତି ନିର୍ମାଣ କଥା ସମ୍ପୂର୍ଣ୍ଣ ମିଛ। ଯାହା ବଳକା କାଠ ଅଛି ଦାରୁ ଘରେ ଅଛି। ଆଉ ଯାହା ଦଇତାପତି ନିଯୋଗ ପାଖରେ ଅଛି ତାହା ଦାରୁ ଘରକୁ ଅଣାଯିବ। ସବୁ କାଠକୁ ଗଣତି କରାଯାଇ ଦାରୁ ଘରେ ରଖାଯିବ। ମହାରଣା ସେବକଙ୍କ ସହ ଆଲୋଚନା ପରେ ଏହା ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି। ମନ୍ତ୍ରୀ ହରିଚନ୍ଦନ କହିଛନ୍ତି ଯେ, ବଳକା ଦାରୁରେ ଅଢେଇ ଫୁଟର ମୂର୍ତ୍ତି ନିର୍ମାଣ କରିବା ଅସମ୍ଭବ। ତେବେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର କହୁ କହୁ ଏପରି କହି ଦେଇଥିବା ମନ୍ତ୍ରୀ କହିଛନ୍ତି। ଭୁବନେଶ୍ଵରର ସୁଦର୍ଶନ ମହାରଣା ନିମ୍ବ କାଠରେ ମୂର୍ତ୍ତି ତିଆରି କରିଛନ୍ତି। ରାମକୃଷ୍ଣ ଦାସମହାପାତ୍ର ଏହି ମୂର୍ତ୍ତିକୁ ନେଇ ଦୀଘାରେ ଦେଇଛନ୍ତି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ତେବେ ରାମକୃଷ୍ଣଙ୍କ ମନ୍ତବ୍ୟ ନିଶ୍ଚିତ ଭାବେ ଜଗନ୍ନାଥପ୍ରେମୀଙ୍କୁ କଷ୍ଟ ଦେଇଛି ଏବଂ ଏହା ଉପରେ ବିଚାର ଚାଲିଛି ବୋଲି କହିଛନ୍ତି ଆଇନମନ୍ତ୍ରୀ।

    ମନ୍ତ୍ରୀ ଆହୁରି କହିଛନ୍ତି, ଜଗନ୍ନାଥ ମନ୍ଦିର କେଉଁଠି ହେବ ମନା ନାହିଁ। କିନ୍ତୁ କଣ ରୀତି ନୀତି ରହିବ ସେନେଇ ମାର୍ଗଦର୍ଶିକା ଦିଆଯିବ। ନିର୍ଦ୍ଦିଷ୍ଟ ନୀତି ପୂଜାବିଧି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନେଇ ମାର୍ଗଦର୍ଶିକା ରହିବ। ଜଗନ୍ନାଥ ଧାମ ଲେଖାଯିବାକୁ ନେଇ ସମସ୍ତେ ବିରୋଧ କରିଛନ୍ତି। ଧାମ ଶବ୍ଦ କେବଳ ଚାରିଧାମରେ ଲାଗି ପାରିବ। ତେଣୁ ଏନେଇ ଉଚ୍ଚସ୍ତରରେ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖାଯିବ ବୋଲି କହିଛନ୍ତି ପୃଥ୍ବୀରାଜ। ଏହାବ୍ୟତୀତ ଜଗନ୍ନାଥ ଧାମ ସହ ଦୀଘା ବେଳାଭୂମିକୁ ମହୋଦଧି ନାଁ ନ ଦେବାକୁ ଚିଠି ଲେଖାଯିବ। ଯଦି ଗ୍ରହଣ ନ କରନ୍ତି ଆଇନଗତ ସହାୟତା ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେବାୟତମାନଙ୍କ ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯିବ ଏବଂ ସମସ୍ତଙ୍କୁ ଏହା ମାନିବାକୁ ପଡ଼ିବ ବୋଲି ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    60 %
    1.7kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ