Tuesday, November 17, 2026
19.3 C
Odisha

    ଦୀଘା-ତାଳସାରୀରେ ୧୦ ଫୁଟ ଉଚ୍ଚ ଜୁଆର

    ଆଗକୁ ପଢନ୍ତୁ

    ବାଲେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ସାମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀକୁଳ ଆଶଙ୍କାରେ। ଏଭଳି ସ୍ଥିତିରେ ପୂର୍ଣ୍ଣିମା ସାଙ୍ଗକୁ ଲଘୁଚାପ ଘୁର୍ଣ୍ଣିବଳୟ ସମୁଦ୍ରକୁ ଅଶାନ୍ତ କରିଦେଇଛି। ଶନିବାର ଦୀଘା ଉପକୂଳରେ ୧୦ ଫୁଟ ଉଚ୍ଚର ଜୁଆର ଦେଖାଦେଇଛି। ଏପରିକି ଜୁଆର ମାଡି ଆସି ତଟସୁରକ୍ଷା ବନ୍ଧରେ ମାଡ଼ ହେଉଛି। ଦୀଘାରୁ କୀର୍ତ୍ତିନିଆ ୧୫କି.ମି. ପର୍ଯ୍ୟନ୍ତ କୂଳବାସୀ ସମୁଦ୍ରର ଏପରି ଭୟଙ୍କର ରୂପ ଦେଖି ଭୟ ଏବଂ ଆଶଙ୍କାର ରହିଛନ୍ତି। ଶୁକ୍ରବାର ଦିନ ଓ ରାତିରେ ସମୁଦ୍ରର ଉତ୍ତାଳ ଢେଉ ପଥର ବନ୍ଧ ଡେଇଁ ଦୀଘା ସୈକତ ସହରରେ ପ୍ରବେଶ କରିଥିଲା। ଫଳରେ ହଜାର ହଜାର ପର୍ଯ୍ୟଟକ ଏହାର ମଜା ମଧ୍ୟ ଉଠାଇଥିଲେ। ଅନ୍ୟପକ୍ଷେ ଉଦୟପୁର, ତାଳସାରୀ, କୀର୍ତ୍ତିନିଆ, ଚୌମୁଖ, ଡଗରା ସମୁଦ୍ର କୂଳରେ ଜୁଆର ମାଡ଼ି ଆସିଥିଲା। ଫଳରେ କୂଳବାସୀ ଭୟଭୀତ ଥିବା ବେଳେ କୂଳରେ ଥିବା ଡ଼ଙ୍ଗାଗୁଡିକ ଭାଙ୍ଗି ଯାଇଥିବା ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଗତ ୨୦୨୧ରେ ବାତ୍ୟା ୟାସ ସାମୁଦ୍ରିକ ଝଡ଼ ବାଲେଶ୍ୱର ଉପକୂଳରେ ତାଣ୍ଡବ ରଚିଥିଲା। ଏପରିକି ସମୁଦ୍ରରୁ ୧୫ ଫୁଟ ଉଚ୍ଚର ଜୁଆର କୂଳକୁ ମାଡି ଆସି ଶତାଧିକ ଗାଁରେ ପ୍ରବେଶ କରିଥିଲା। ଏପରିକି ଲୁଣାଜଳ ଗାଁରେ ପଶି କ୍ଷୟକ୍ଷତି କରି ଚାଷ ଉଜାଡ଼ି ଦେଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.3 ° C
    19.3 °
    19.3 °
    72 %
    1kmh
    100 %
    Mon
    19 °
    Tue
    26 °
    Wed
    26 °
    Thu
    24 °
    Fri
    18 °

    ସମ୍ବନ୍ଧିତ