Saturday, April 4, 2026
38.1 C
Odisha

    ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ଲୋକାର୍ପିତ: ଉଦ୍‌ଘାଟନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

    ଆଗକୁ ପଢନ୍ତୁ

    ଭୋଗରାଇ/ ଚନ୍ଦନେଶ୍ବର: ପଶ୍ଚିମବଙ୍ଗ ଦୀଘା ସମୁଦ୍ରତଟରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନୂତନ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରାଣପ୍ରତିଷ୍ଠା ହୋଇଛି। ଏହି ମନ୍ଦିରରେ ପ୍ରଭୁ ଶ୍ରୀବଳଭଦ୍ର, ମା’ ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଶ୍ରୀସୁଦର୍ଶନଙ୍କ ପଥର ଓ କାଠରେ ନିର୍ମିତ ଦିବ୍ୟ ମୂର୍ତ୍ତି ପୂଜା ପାଉଛନ୍ତି। ପଶ୍ଚିମବଙ୍ଗ ସରକାର ଏହି ଅଞ୍ଚଳକୁ ପର୍ଯ୍ୟଟନ କ୍ଷେତ୍ରରେ ମଜଭୁତ କରିବା ପାଇଁ ଏହି ସ୍ଥାନକୁ ଶ୍ରୀଜଗନ୍ନାଥ ଧାମ ନାମରେ ନାମିତ କରିଛନ୍ତି। ଏହି ମନ୍ଦିର ରାଜସ୍ଥାନର ଉତ୍କୃଷ୍ଟ ଗୋଲାପି ବାଲି ପଥରରେ ନିର୍ମିତ ହୋଇଥିବା ବେଳେ କଳାକୃତିରେ ପାରମ୍ପରିକ କଳିଙ୍ଗ ସ୍ଥାପତ୍ୟର ଝଲକ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ରହି ଏହି ଭବ୍ୟ ମନ୍ଦିରକୁ ଉଦ୍‌ଘାଟନ କରିଛନ୍ତି।

    ଦୀଘା ରେଳଷ୍ଟେସନ ପାର୍ଶ୍ବରେ ୨୦ ଏକରରୁ ଊର୍ଦ୍ଧ୍ୱ ଜାଗାରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ୨୫୦ କୋଟି ଟଙ୍କା ବ୍ୟୟରେ ୬୫ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିର ହୋଇଛି। ପୁରୀ ଶ୍ରୀମନ୍ଦିରକୁ ଅନୁକରଣ କରି ଭୋଗମଣ୍ଡପ, ନାଟମଣ୍ଡପ, ଜଗମୋହନ ଓ ପବିତ୍ର ଗର୍ଭଗୃହ ଆଦି କରାଯାଇଛି।  ମନ୍ଦିର ପ୍ରବେଶ ଦ୍ୱାରରେ ଏକ ୩୪ ଫୁଟ ଉଚ୍ଚତାର, ୧୮ମୁଖା ବିଶିଷ୍ଟ ଅରୁଣ ସ୍ତମ୍ଭ ନିର୍ମାଣ କରାଯାଇଛି। ଯେଉଁଠାରେ କଳା ପଥରରେ ମୁକୁଟ ପିନ୍ଧିଥିବା ଅରୁଣ ମୂର୍ତ୍ତି ତିଆରି ହୋଇଛି। ମନ୍ଦିରରେ ସିଂହଦ୍ୱାର, ବ୍ୟାଘ୍ରଦ୍ୱାର, ହସ୍ତୀଦ୍ୱାର ଓ ଅଶ୍ୱଦ୍ୱାର କରାଯାଇଛି। ଏଥିସହିତ ଚୈତନ୍ୟ ଦ୍ୱାର,  ଜଗମୋହନ ଓ ନାଟ ମନ୍ଦିର, ଲକ୍ଷ୍ମୀ ମନ୍ଦିର ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୋଗ ନୈବେଦ୍ୟ ପ୍ରସ୍ତୁତ କରିବା ପାଇଁ ଏକ ପୃଥକ୍‌ ଭୋଗଶାଳା ମଧ୍ୟ ରହିଛି।

    ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ମନ୍ଦିରକୁ ଆଗାମୀ ହଜାରେ ବର୍ଷ ପାଇଁ ଭକ୍ତ ଆସିବେ। ଦୀଘା ଏକ ଆନ୍ତର୍ଜାତିକ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହେବ। ଏହା ସମନ୍ୱୟର ସ୍ଥାନ ଭାବରେ କାର୍ଯ୍ୟ କରିବ। ମୂର୍ତ୍ତିକାରମାନେ ଏହି ମନ୍ଦିରକୁ ଚମତ୍କାର ରୂପ ଦେଇଛନ୍ତି ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗର ଘରେଘରେ ପ୍ରସାଦ ଓ ମନ୍ଦିରର ଫଟୋ ପହଞ୍ଚାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ପୁରୀର ଦଇତାପତି ରାମକୃଷ୍ଣ ଦାସମହାପାତ୍ର, ଡୋନା ଗାଙ୍ଗୁଲି, ଅଭିନେତା ଜିତ, ପ୍ରସନ୍ନଜିତ୍‌, ମନ୍ତ୍ରୀ ଅରୂପ ବିଶ୍ୱାସ, ଚନ୍ଦ୍ରମା ଭଟ୍ଟାଚାର୍ଯ୍ୟ, ପୁଲକ ରାୟ, ସୁଜିତ ବସୁ, ସ୍ନେହାଶିଷ ଚକ୍ରବର୍ତ୍ତୀ, ମୁଖ୍ୟ ସଚିବ ମନୋଜ ପନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    38.1 ° C
    38.1 °
    38.1 °
    22 %
    2.5kmh
    100 %
    Sat
    36 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ