Saturday, March 21, 2026
27.7 C
Odisha

    ଦେଶବାସୀଙ୍କୁ ଇଦ-ଉଲ-ଫିତରର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ସାରା ଦେଶରେ ଈଦ-ଉଲ-ଫିତର ପର୍ବକୁ ବହୁତ ଉତ୍ସାହର ସହିତ ପାଳନ କରାଯାଉଛି । ଇସଲାମ ଧର୍ମରେ ଏହା ସବୁଠାରୁ ବଡ଼ ଏବଂ ମହତ୍ତ୍ବପୂର୍ଣ୍ଣ ପର୍ବ । ରମଜାନ ମାସ ଶେଷ ହେବା ପରେ ଏହାକୁ ପାଳନ କରାଯାଏ । ଆଜି ସକାଳେ ଲୋକମାନେ ଦିଲ୍ଲୀର ଜାମା ମସଜିଦରେ ନମାଜ ପାଠ କରିଛନ୍ତି । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ।

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଇଦ୍ ଉଲ୍-ଫିତରର ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପ୍ରକାଶିତ ଏକ ବାର୍ତ୍ତାରେ, ସେ ସମସ୍ତ ମୁସଲିମ୍ ସମ୍ପ୍ରଦାୟର ଲୋକଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଛନ୍ତି ।

    ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଛ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଇଦ୍ ଅଲ୍-ଫିତରର ଅନେକ ଅନେକ ଅଭିନନ୍ଦନ ।” “ଏହି ଦିନଟି ଭାଇଚାରା ଏବଂ କରୁଣାର ଭାବନାକୁ ଆହୁରି ମଜବୁତ କରୁ । ସମସ୍ତେ ଖୁସି ଏବଂ ସୁସ୍ଥ ରୁହନ୍ତୁ ।”

    ରମଜାନର ପୂର୍ଣ୍ଣ ୩୦ ଦିନର ରୋଜା ଏବଂ ନମାଜ ପାଠ ପରେ ଗତକାଲି ଇଦର ଚାନ୍ଦ ଦେଖାଯାଇଥିଲା । ଇସଲାମ ସମ୍ପ୍ରଦାୟର ଲୋକ ପରସ୍ପରକୁ ଆଲିଙ୍ଗନ କରି ଇଦର ଶୁଭେଚ୍ଛା ଜଣାଇଥିଲେ । ଆଜି ଜାମା ମସଜିଦ ଏବଂ ଫତେପୁରୀ ମସଜିଦ ସମେତ ସମସ୍ତ ଛୋଟ ଏବଂ ବଡ଼ ମସଜିଦ ଇଦ ପାଳନ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.7 ° C
    27.7 °
    27.7 °
    35 %
    0.9kmh
    21 %
    Sat
    28 °
    Sun
    33 °
    Mon
    35 °
    Tue
    38 °
    Wed
    38 °

    ସମ୍ବନ୍ଧିତ