Wednesday, June 10, 2026
39.8 C
Odisha

    ଦେଶୀ ଓ ବିଦେଶୀ ମଦ ସହିତ ବିଅର ଜବତ, ୪ ଗିରଫ

    ଆଗକୁ ପଢନ୍ତୁ

    ସୋର : ଦେଶୀ ଓ ବିଦେଶୀ ମଦ ସହିତ ବିଅର ଜବତ  । ବାଲେଶ୍ୱର ଅବକାରୀ ଅଧିକ୍ଷକ ଶେଖ ଅସଫ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ବେଆଇନ ଭାବେ ମଦ ବିକ୍ରୀ କରୁଥିବା ଅଭିଯୋଗ । ମଦ ଜବତ ସହିତ ୪ଜଣକୁ ଗିରଫ କରାଯାଇଛି । ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ  ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ହୋଇଥିଲା । ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ବ୍ଳକ ଅନ୍ତର୍ଗତ ଅନ୍ତରା ବଜାର ଓ ଖଇରା ଥାନା ଅନ୍ତର୍ଗତ ଧୋବାଗଡ଼ିଆ ଛକ, ଗାନ୍ଧୀ ଛକ ଓ ଶରତ ଗାଁରେ ଚଢ଼ାଉ କରାଯାଇଛି । ସେଠାରୁ  ୩୦ ଲିଟର ଦେଶୀ ମଦ, ୧୫.୮୪୦ ଲିଟର ବିଦେଶୀ ମଦ ଓ ୧୫.୬୦୦ ଲିଟର ବିଅର ଜବତ କରାଯାଇଛି ।

    ଅନ୍ତରା ଗ୍ରାମର କମଳାକାନ୍ତ ବେହେରା, ଗଗନଧୂଳି ଗ୍ରାମର ମହେନ୍ଦ୍ର ପୁଣ୍ଟି, ଶରତ ଗ୍ରାମର ଭାଗିରଥି ପାତ୍ର ଏବଂ ଧୋବାଗଡ଼ିଆ ଗ୍ରାମର ସୁଶାନ୍ତ କୁମାର ଦାସଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୪୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୪ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    39.8 ° C
    39.8 °
    39.8 °
    25 %
    4.1kmh
    51 %
    Wed
    42 °
    Thu
    42 °
    Fri
    41 °
    Sat
    40 °
    Sun
    42 °

    ସମ୍ବନ୍ଧିତ