Friday, July 31, 2026
24.9 C
Odisha

    ଦୟା ନଦୀରେ ଭାସିଗଲେ ମତ୍ସ୍ୟଜୀବୀ, ମାଛ ଧରିବାକୁ ଯାଇ ପୁଅ ନିଖୋଜ

    ଆଗକୁ ପଢନ୍ତୁ

    ପିପିଲି : ମାଛ ଧରିବାକୁ ଯାଇ ପୁଅ ନିଖୋଜ । ଦୟା ନଦୀରେ ଭାସିଗଲେ ମତ୍ସ୍ୟଜୀବୀ । ପୁରୀ ଜିଲ୍ଲା କଣାସ ଜାଗୁଳାଇ ପଦରର ଦୁଃଖଦ ଘଟଣା ଘଟିଛି । ବାପା ପ୍ରକାଶ ବେହେରା ଓ ପୁଅ ଦିବାନା ବେହେରା ସବୁଦିନ ପରି ମାଛ ଧରିବାକୁ ଯାଇଥିଲେ । ମାଛ ଧରୁଥିବା ବେଳେ ପୁଅ ଦିବାନା ନଦୀରେ ଖସିପଡ଼ିଥିଲେ । ପରେ ସେ ନଦୀରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏନେଇ ପ୍ରଶାସନକୁ ଖବର ଦିଆଯିବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ମତ୍ସ୍ୟଜୀବୀଙ୍କ ସନ୍ଧାନ ଜାରି ରଖିଛନ୍ତି । ତେବେ ଏପର୍ଯ୍ୟନ୍ତ ନିଖୋଜ ମତ୍ସ୍ୟଜୀବୀଙ୍କ କୌଣସି ସନ୍ଧାନ ମିଳିନାହିଁ ।

    ସେପଟେ ଜଳେଶ୍ୱରରେ ଇଲିସି ମାଛ ଧରିବାକୁ ଯାଇ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛନ୍ତି ୧୫ ଜଣ ମତ୍ସ୍ଯଜିବୀ । ଗତ ଜୁଲାଇ ୨ ତାରିଖରେ ଟ୍ରଲର ନେଇ ଗଭୀର ସମୁଦ୍ରକୁ ମାଛ ଧରିବା ପାଇଁ ବାହାରିଥିଲେ ମତ୍ସ୍ୟଜୀବୀ । ମାଆ କାଳୀ ନାମକ ଏକ ଟ୍ରଲର ସହିତ ୧୫ ଜଣ ମତ୍ସ୍ୟଜୀବୀଙ୍କ ମିଳୁନି ପତ୍ତା । ପଶ୍ଚିମବଙ୍ଗ ଶଙ୍କରପୁର ବେଳାଭୂମିର ଘଟଣା, ନିଖୋଜ ହେବା ର ୭ ଦିନ ବିତି ଯାଇଥିଲେ ବି ମତ୍ସ୍ୟଜୀବୀଙ୍କ କୌଣସି ସନ୍ଧାନ ମିଳୁନି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.9 ° C
    24.9 °
    24.9 °
    95 %
    1.5kmh
    89 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ