Friday, June 19, 2026
26.5 C
Odisha

    ଧଉଳି ଗଣ ଦୁଷ୍କର୍ମ ମାମଲା ଆଉ ଜଣେ ଗିରଫ , କ୍ରାଇମ୍ ସ୍ପଟ୍ ନେବ କମିଶନରେଟ ପୋଲିସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଧଉଳି ଗଣ ଦୁଷ୍କର୍ମ ମାମଲା ଆଉ ଜଣେ ଗିରଫ । ଫେରାର ଅନ୍ୟତମ ଅଭିଯୁ଼କ୍ତ ସାଗର ଜେନାକୁ ରାଜ୍ୟ ବାହାରୁ ଗିରଫ କଲା କମିଶନରେଟ୍ ପୋଲିସ୍ । ଗିରଫ ପରେ ସାଗରକୁ କ୍ରାଇମ୍ ସ୍ପଟ୍ ନେବ ପୋଲିସ । ଏହା ପରେ ଟିଆଇ ପରେଡ କରିବ । ସାଗର ଜେନା ନାଁରେ ପୂର୍ବରୁ ଅନେକ ମାମଲା ରହିଛି । ବଡଗଡ ଥାନା ଅଞ୍ଚଳରୁ ମଧ୍ୟ ଫାୟରି ଘଟଣାରେ ମଧ୍ୟ ଗିରଫ ହୋଇଥିଲା । ତେବେ ଗଣଦୁଷ୍କର୍ମ ଦିନ ମୁଖ୍ୟ ଅଭିଯୁକ୍ତ ହାପିର ସହଯୋଗୀ ଥିଲା ସାଗର । ଦୁଷ୍କର୍ମ ପିଡିତାଙ୍କ ପୁରୁଷ ବନ୍ଧୁଙ୍କୁ ବାନ୍ଧି ରଖିଥିଲା ସେଦିନ।ଏହି ଘଟଣାରେ ପୁର୍ବରୁ ତିନି ଜଣ ଗିରଫ ହୋଇଛନ୍ତି । ଗତ ୧୦ତାରିଖରେ ଦୟା ନଦୀ କୁଳରେ ଘଟିଥିଲା ଘଟଣା । ଏବେବି ଆଉ ଜଣେ ଫେରାର ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.5 ° C
    26.5 °
    26.5 °
    80 %
    1.7kmh
    100 %
    Fri
    27 °
    Sat
    38 °
    Sun
    35 °
    Mon
    35 °
    Tue
    39 °

    ସମ୍ବନ୍ଧିତ