Sunday, March 1, 2026
20.4 C
Odisha

    ଧଉଳି ବୁଲି ଦେଖିଲେ ମୁଖ୍ୟ ନିର୍ବାଚନ କମିଶନର, ରଘୁରାଜପୁର କଳା କାରିଗରୀ ଦେଖି ବିମୋହିତ ହେଲେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଧଉଳି ବୁଲି ଦେଖିଲେ ମୁଖ୍ୟ ନିର୍ବାଚନ କମିଶନର ।  ଏହାପୂର୍ବରୁ ପୁରୀ ଜିଲ୍ଲାର ଐତିହ୍ୟ ଗ୍ରାମ ରଘୁରାଜପୁର ପରିଦର୍ଶନ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର  l  ରଘୁରାଜପୁରରେ ପହଞ୍ଚିବା ପରେ ତାଙ୍କୁ ଗ୍ରାମବାସୀ ଓ ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଥିଲା ।  ରଘୁରାଜପୁର ପଟ୍ଟଚିତ୍ର, ଗୋବର କଣ୍ଢେଇ,ପେପର ମାସ୍କ ଆଦିକୁ ଦେଖିଥିଲେ ସିଇସି ।

    ପଟ୍ଟଚିତ୍ରରେ ନିଖୁଣ ଭାବେ ଚିତ୍ରିତ ହୋଇଥିବା ବିଭିନ୍ନ ବିଷୟବସ୍ତୁ, ଓଡ଼ିଶାର କଳା, ସଂସ୍କୃତି,ପରମ୍ପରା, ରାମାୟଣ, ମହାଭାରତ, କୃଷ୍ଣଲୀଳାକୁ ଦେଖିବା ସହ କାରିଗରଙ୍କୁ ପଚାରି ବୁଝିଥିଲେ ।  ଗ୍ରାମର କଳା କାରିଗରୀକୁ ଦେଖି ବିମୋହିତ ହୋଇଥିଲେ  l  ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଆଗରେ ଓଡ଼ିଶାର ପୁରାତନ ଲୋକକଳା ଗୋଟିପୁଅ ନୃତ୍ୟ କୁନିକୁନି କଳାକାରଙ୍କ ଦ୍ବାରା ପରିବେଷଣ ହୋଇଥିଲା ।

    ଯାହାକୁ ଦେଖି ସେ ଓ ତାଙ୍କ ଧର୍ମପତ୍ନୀ ଅଭିଭୂତ ହୋଇଥିଲେ ।  ରଘୁରାଜପୁର ପରିଦର୍ଶନ ପରେ ଜିଲ୍ଲା ପ୍ରଶାସନ ତରଫରୁ ଜଗନ୍ନାଥ ମହାପ୍ରଭୁଙ୍କ ପଟ୍ଟଚିତ୍ର ଓ ଗ୍ରାମବାସୀଙ୍କ ତରଫରୁ କିଛି କଳାକୃତି ଉପହାର ଦିଆଯାଇଥିଲା ।  ଗୋଟିପୁଅ ନୃତ୍ୟକୁ ଦେଖି ସେ ବେଶ ଖୁସି ବ୍ୟକ୍ତ କରିଥିଲେ  l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.4 ° C
    20.4 °
    20.4 °
    43 %
    1kmh
    7 %
    Sun
    36 °
    Mon
    36 °
    Tue
    36 °
    Wed
    38 °
    Thu
    38 °

    ସମ୍ବନ୍ଧିତ