Friday, May 1, 2026
27 C
Odisha

    KIIT ଓ KISS ପରିଦର୍ଶନ କଲେ ENAM ସିକ୍ୟୁରିଟିଜ୍ ଅଧ୍ୟକ୍ଷ ବଲ୍ଲଭ ଭଂସାଲୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : KIIT ଓ KISS ପରିଦର୍ଶନ କଲେ ENAM ସିକ୍ୟୁରିଟିଜ୍ ଅଧ୍ୟକ୍ଷ ବଲ୍ଲଭ ଭଂସାଲୀ ।  ପ୍ରତିଷ୍ଠିତ ଅର୍ଥନୈତିକ ସଂସ୍ଥା ‘ENAM Securities’ର ସହ-ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ବଲ୍ଲଭ ଭଂସାଲୀ ‘କିସ୍’ ଓ ‘କିଟ୍’ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି । କ୍ୟାମ୍ପସରେ ପହଞ୍ଚିବା ପରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ତାଙ୍କୁ ସ୍ୱାଗତ ଜଣାଇଥିଲେ ।

    ପରିଦର୍ଶନ ସମୟରେ ଭଂସାଲୀ ବିଭିନ୍ନ କ୍ୟାମ୍ପସ ବୁଲି ଦେଖିବା ସହ ଅନୁଷ୍ଠାନର କାର୍ଯ୍ୟଶୈଳୀ ଦେଖି ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ ।  ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ସେ କହିଥିଲେ, “ଯେଉଁମାନଙ୍କର ବିଚାର ଓ ଚିନ୍ତାଧାରା ଉନ୍ନତ, ସେମାନଙ୍କ ସହ ସମ୍ପର୍କ ରଖିବା ଜୀବନରେ ଏକ ବଡ଼ ସୁଯୋଗ ।

    ଆପଣମାନେ ଅତ୍ୟନ୍ତ ଭାଗ୍ୟବାନ ଯେ ଡକ୍ଟର ସାମନ୍ତଙ୍କ ଭଳି ଜଣେ ମହାନ ବ୍ୟକ୍ତିଙ୍କ ସହ ଆପଣମାନେ ରହିଛନ୍ତି , ଯିଏ ସର୍ବଦା ଆପଣଙ୍କ ଭଲ ପାଇଁ ଚିନ୍ତା କରନ୍ତି ।  ଛାତ୍ରଛାତ୍ରୀଙ୍କ ଗହଣରେ କିଛି ସମୟ ଅତିବାହିତ କରିବା ସହ ସେମାନଙ୍କୁ ସୁସ୍ଥ ରହିବା ପାଇଁ ଯୋଗାଭ୍ୟାସ କରାଇଥିଲେ ।  ପିଲାମାନଙ୍କ ମଧ୍ୟରେ ଥିବା ଶୃଙ୍ଖଳା ଓ ଉତ୍ସାହ ଦେଖି ସେ ନିଜର ଖୁସି ବ୍ୟକ୍ତ କରିବା ସହ ଡକ୍ଟର ସାମନ୍ତଙ୍କ ନିରବଚ୍ଛିନ୍ନ ସେବା କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27 ° C
    27 °
    27 °
    67 %
    3kmh
    61 %
    Fri
    27 °
    Sat
    41 °
    Sun
    42 °
    Mon
    40 °
    Tue
    36 °

    ସମ୍ବନ୍ଧିତ