Monday, September 14, 2026
23.5 C
Odisha

    ଧନତେରସ ଦିନ ଯମରାଜାଙ୍କୁ ଦୀପ ଦାନ କଲେ ଦୂର ହୁଏ ଅକାଳ ମୃତ୍ୟୁର ଭୟ

    ଆଗକୁ ପଢନ୍ତୁ

    ଆଜି ଧନତେରାସ । ଏହି ଦିନରେ କିଛି କିଣିବାର ପରାମ୍ପରା ରହିଛି। ଏମିତି କୁହାଯାଏ ଯେ ଏହି ଦିନରେ କିଣାଯାଇଥିବା ଦ୍ରବ୍ୟର କ୍ଷୟ ହୁଏ ନାହିଁ। ଦ୍ରବ୍ୟ କ୍ରୟ କରିବା ଛଡା ଏହି ଅବସରରେ ଦୀପଦାନ ନିହାତି କରିବା ଆବଶ୍ୟକ। ପୁରାଣ ଶାସ୍ତ୍ରରେ କୁହାଯାଇଛି, ଏହି ଦିନରେ ଦୀପ ଦାନ କରିବା ଦ୍ବାରା ଅକାଳ ମୃତ୍ୟୁର ଭୟ କମିଥାଏ। ବର୍ଷର ଏହି ଗୋଟିଏ ମାତ୍ର ଦିନ ଯେଉଁଦିନରେ ମୃତ୍ୟୁର ଦେବତା ଯମରାଜାଙ୍କର ପୂଜା ଓ ଦୀପଦାନ କରାଯାଇଥାଏ। କିଛି ଲୋକ ‘ନରକ ଚତୁର୍ଦଶୀ’ ଦିନରେ ମଧ୍ୟ ଦୀପଦାନ କରିଥାନ୍ତି। ଯାହାକୁ ଛୋଟ ଦୀପାବଳି ମଧ୍ୟ କୁହାଯାଏ।

    ଧନତେରସ ବିଷୟରେ କିଛି ସ୍ବତନ୍ତ୍ର କଥା

    ସ୍କନ୍ଦପୁରାଣ ଅନୁସାରେ

    कार्तिकस्यासिते पक्षे त्रयोदश्यां निशामुखे ।
    यमदीपं बहिर्दद्यादपमृत्युर्विनिश्यति ।।

    ଅର୍ଥ – କାର୍ତ୍ତିକ ମାସର କ୍ରୁଷ୍ଣପକ୍ଷର ତ୍ରୟୋଦଶୀ ଦିନ ସନ୍ଧ୍ୟା ସମୟରେ ଘର ବାହାରେ କୌଣସି ଉଦ୍ଦେଶ୍ୟ ରଖି ଦୀପ ଜାଳିବା ଦ୍ବାରା ଅପମୃତ୍ୟୁର ନିବାରଣ ହୋଇଥାଏ।

    ପଦ୍ମପୁରାଣ ଅନୁସାରେ

    कार्तिकस्यासिते पक्षे त्रयोदश्यां तु पावके।
    यमदीपं बहिर्दद्यादपमृत्युर्विनश्यति।।

    ଅର୍ଥ – କାର୍ତ୍ତିକ କ୍ରୁଷ୍ଣପକ୍ଷରେ ତ୍ରୟୋଦଶୀରେ ଘର ବାହାରେ ଯମରାଜଙ୍କ ଉଦ୍ଦେଶ୍ୟରେ ଦୀପ ଦେଲେ ଅପମୃତ୍ୟୁର ନାଶ ହୋଇଥାଏ।ପୁରାଣରେ ବର୍ଣ୍ଣିତ କଥା ଅନୁସାରେ

    ଥରେ ଯମରାଜା ନିଜର ଦୂତଙ୍କୁ ପଚାରିଲେ, ପ୍ରାଣୀଙ୍କର ପ୍ରାଣ ହରଣ କରିବା ସମୟରେ ତୁମକୁ କାହା ଉପରେ କେବେ ଦୟାଭାବ ଆସିନାହିଁ?

    ଯମରାଜା ସେହି ପ୍ରଶ୍ନ ପୁନର୍ବାର ପଚାରିବାରୁ ଦୂତ କହିଲେ, ଗୋଟିଏ ଥର ଏମିତି ଘଟଣା ଘଟିଥିଲା । ଯାହା ମୋ ହ୍ରୁଦୟକୁ ଥରାଇ ଦେଇଥିଲା। ହେମ ନାମକ ରାଜାଙ୍କର ପତ୍ନୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ । ଜ୍ୟୋତିଷ ତାଙ୍କ ରାଶି ନକ୍ଷତ୍ର ଦେଖି ଭବିଷ୍ୟବାଣୀ କଲେ ଯେ ପିଲାଟି ବିବାହ କରିବାର ଚାରି ଦିନରେ ହିଁ ମରିଯିବ। ଏହା ଜାଣିବା ପରେ ରାଜା ନିଜ ପୁତ୍ରକୁ ଯମୁନା କୂଳରେ ଥିବା ଏକ ଗୁମ୍ଫାରେ ବ୍ରହ୍ମଚାରୀ ଭାବରେ ରଖି ବଡ଼ କଲେ। ଦିନକର କଥା, ମହାରାଜା ହଂସଙ୍କର କନ୍ୟା ଯମୁନା କୂଳରେ ବୁଲୁଥିଲେ। ତାଙ୍କୁ ଦେଖି ବ୍ରହ୍ମଚାରୀ ରାଜପୁତ୍ର ମୋହିତ ହୋଇ ତାଙ୍କୁ ଗର୍ନ୍ଧବ ବିବାହ କଲେ। ତେବେ ଚତୁର୍ଥ ଦିନ ପୂରା ହେଲା ପରେ ଭବିଷ୍ୟବାଣୀ ଅନୁସାରେ ରାଜକୁମାରଙ୍କର ମୃତ୍ୟୁ ହେଲା । ସ୍ବାମୀଙ୍କର ମୃତ୍ୟୁ ଦେଖି ସ୍ତ୍ରୀ ପ୍ରବଳ ଜୋରରେ କାନ୍ଦିବାକୁ ଲାଗିଲେ । ନବବିବାହିତାର କରୁଣ ବିଳାପ ଶୁଣି ଯମଦୂତଙ୍କ ହ୍ରୁଦୟ ମଧ୍ୟ କମ୍ପି ଉଠିଲା। ରାଜକୁମାରଙ୍କ ପ୍ରାଣ ହରଣ କରିବା ବେଳେ ତାଙ୍କର ଆଖିରୁ ଲୁହ ବହିବା ବନ୍ଦ ହେଉନଥିଲା ବୋଲି ଯମଦୂତ କହିଲେ।

    ଏକଥା କହିବା ପରେ ଯମଦୂତ ପଚାରିଲେ କଣ ଅକାଳ ମୃତ୍ୟୁରୁ ରକ୍ଷା ପାଇବା ପାଇଁ କିଛି ଉପାୟ ନାହିଁ ? ଯମରାଜ କହିଲେ ଗୋଟିଏ ଉପାୟ ଅଛି। ଜଣେ ବ୍ୟକ୍ତିକୁ ଧନତେରାସ ଦିନରେ ମୋ ଉଦ୍ଦେଶ୍ୟରେ ପୂଜା ଏବଂ ଦୀପ ଦାନ ବିଧି ପୂର୍ବକ କରିବା ଆବଶ୍ୟକ। ଯେଉଁଠି ଏହି ପୂଜା ହୋଇଥାଏ, ସେଠାରେ ମୃତ୍ୟୁର ଭୟ ରହେ ନାହିଁ। କୁହାଯାଏ ଯେ ସେବେଠାରୁ ଧନତେରସ ଦିନରେ ଯମରାଜାଙ୍କର ପୂଜା କରିବା ଏବଂ ଦୀପଦାନର ପରମ୍ପରା ରହିଛି। କେମିତି କରିବେ ଦୀପଦାନ

    ଏମିତିରେ ଧନତେରାସ ଦିନ ମୁଖ୍ୟ ଦ୍ବାରରେ ୧୩ ଏବଂ ଘର ଭିତରେ ୧୩ ଦୀପ ଜଳାଇବାକୁ ହୋଇଥାଏ। ସୂର‌୍ୟ୍ୟ ଅସ୍ତ ହେବା ଦୀପ ଜଳା ଯାଇଥାଏ। କିନ୍ତୁ ଯମଙ୍କ ଉଦ୍ଦେଶ୍ୟରେ ଯେଉଁ ଦୀପ ଦାନ କରାଯାଏ ତାହା ପରିବାରର ସବୁ ସଦସ୍ୟ ଘରକୁ ଆସିବା ପରେ ଏବଂ ଖାଦ୍ୟ ପାନୀୟ ସାରି ଶୋଇବା ସମୟରେ ଜଳା ଯାଇଥାଏ।

    ଏହି ଦୀପକୁ ଜଳାଇବା ପାଇଁ ପୁରୁଣା ଦୀପର ବ୍ୟବହାର କରନ୍ତୁ। ସେଥିରେ ସୋରିଷ ତେଲ ଓ ତୁଳାର ବତି ଦିଅନ୍ତୁ। ଘରୁ ଦୀପ ଜଳାଇ ଆଣନ୍ତୁ ଏବଂ ଘର ବାହାରେ ତାହାକୁ ଦକ୍ଷିଣ ଦିଗ ଆଡ଼କୁ ରଖି ନଳା କିମ୍ବା ଆବର୍ଜନା ବାକ୍ସ ପାଖରେ ରଖି ଦିଅନ୍ତୁ।

    ଏହା ସହିତ ଜଳରେ ଅର୍ଘ୍ୟ ଦେଇ ସାରି ଆଉ ଦୀପକୁ ନଦେଖି ଏକମୁହାଁ ହୋଇ ଘରକୁ ଫେରି ଆସନ୍ତୁ । ଦୀପଦାନ କରିବା ସମୟରେ ଏହି ମନ୍ତ୍ର ଉଚ୍ଚାରଣ କରିବା ଆବଶ୍ୟକ-

    मृत्युना पाशहस्तेन कालेन भार्यया सह।
    त्रयोदश्यां दीपदानात्सूर्यज: प्रीतयामिति।।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    94 %
    0.9kmh
    100 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ