Thursday, March 26, 2026
37.1 C
Odisha

    ଧ୍ୱଂସ ହେଲା ଇରାନର ସରକାରୀ ଟିଭି କେନ୍ଦ୍ର, ଟିଭି ଚ୍ୟାନେଲ ମୁଖ୍ୟାଳୟ ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଧ୍ୱଂସ ହେଲା ଇରାନର ସରକାରୀ ଟିଭି କେନ୍ଦ୍ର । ଇରାନର ସରକାରୀ ଟିଭି ଚ୍ୟାନେଲ ମୁଖ୍ୟାଳୟ ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ । ତେହେରାନରେ ଥିବା ଇରାନର ସରକାରୀ ପ୍ରସାରଣ କେନ୍ଦ୍ର (IRIB) କୁ ବୋମାମାଡ଼ କରି ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛନ୍ତି ଇସ୍ରାଏଲ ସେନା । ଏହି ସ୍ଥାନକୁ ଇରାନର ସେନା ମିଲିଟାରୀ କାର୍ଯ୍ୟକଳାପ ଏବଂ ପ୍ରଚାର ପାଇଁ ବ୍ୟବହାର କରୁଥିଲା । ଇସ୍ରାଏଲ କହିଛି , ଏହି ବିଲଡିଂଟି କେବଳ ଏକ ଟିଭି ଷ୍ଟେସନ ନୁହେଁ ବରଂ ଆତଙ୍କବାଦୀ କାର୍ଯ୍ୟକଳାପ ଓ ଯୋଗାଯୋଗର ଏକ ମୁଖ୍ୟ କେନ୍ଦ୍ର ଥିଲା ।

    ତେବେ ଆକ୍ରମଣ ପୂର୍ବରୁ ଇସ୍ରାଏଲ ସେନା ସାଧାରଣ ଲୋକଙ୍କୁ ସେହି ସ୍ଥାନ ଛାଡ଼ି ପଳାଇବାକୁ ଚେତାବନୀ ଦେଇଥିଲା । ତେବେ ଅନେକ ବିଲଡିଂରେ ନିଆଁ ଲାଗିଯିବା ସହ କିଛି କର୍ମଚାରୀ ମୃତାହତ ହୋଇଥିବା ଖବର ମିଳିଛି । ବୋମାମାଡ଼ ଯୋଗୁଁ ଟିଭି ପ୍ରସାରଣ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା । ଏହି ସମୟରେ ଇରାନର ଚ୍ୟାନେଲଗୁଡ଼ିକୁ ହ୍ୟାକ୍ କରାଯାଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଏବଂ ଆମେରିକା ରାଷ୍ଟ୍ରପତିଙ୍କ ସନ୍ଦେଶ ମଧ୍ୟ ପ୍ରସାରିତ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    19 %
    2.7kmh
    2 %
    Thu
    37 °
    Fri
    40 °
    Sat
    40 °
    Sun
    41 °
    Mon
    41 °

    ସମ୍ବନ୍ଧିତ