Monday, October 5, 2026
22.4 C
Odisha

    ନଦୀରେ ଗାଧୋଇବାକୁ ଯାଇଥିବାବେଳେ ଅଘଟଣ, ପାଣିରେ ପଡ଼ି ଜଣେ ମୃତ

    ଆଗକୁ ପଢନ୍ତୁ

    ନୀଳଗିରି : ନୀଳଗିରି ସୋନ ନଦୀରେ ପୁଣି ଏକ ଅଘଟଣ ଘଟିଛି । କାଠପାଳ ନିକଟସ୍ଥ ଜୁଣକୋଇଲି ଅଞ୍ଚଳରେ ପାଣିରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ବାଡ଼ିଆ ଗାଁର ସ୍ୱର୍ଗତ ଅନିରୁଦ୍ଧ ଦାଶଙ୍କ ଏକମାତ୍ର ପୁତ୍ର ସତ୍ୟଜିତ ଦାଶ। ସୂଚନା ଅନୁଯାୟୀ, ସତ୍ୟଜିତ ନଦୀକୁ ଗାଧୋଇବା ପାଇଁ ଯାଇଥିବାବେଳେ ହଠାତ୍ ଗଭିର ଜଳରେ ଗୋଡ଼ ଖସି ଯାଇଥିଲା ଆଉ ବୁଡିଯାଇଥିଲେ। ପରେ ସ୍ଥାନୀୟ ଲୋକେମାନେ ସତ୍ୟଜିତକୁ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ନୀଳଗିରି ଅଗ୍ନିଶମ ବାହିନୀ ନୀଳଗିରି ପୋଲିସ ପହଞ୍ଚି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ ।

    ସେଠାରେ ଡାକ୍ତର ଦେଖି ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସତ୍ୟଜିତ ପରିବାରର ଏକମାତ୍ର ପୁତ୍ର ହୋଇଥିବାରୁ ପରିବାର ଉପରେ ଦୁଃଖର ବାଦଲ ଘେଟିଆସିଛି । ସୋନ ନଦୀରେ ବାଲି ମାଫିଆଙ୍କ ଦ୍ୱାରା ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ବାରମ୍ବାର ଏପରି ଅଘଟଣ ଘଟୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି । ଏଥି ପ୍ରତି ସ୍ଥାନୀୟ ପ୍ରସାଶନ ସଚେତନତା କରିବାର ଆବଶ୍ୟକତା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    75 %
    1.4kmh
    0 %
    Sun
    22 °
    Mon
    31 °
    Tue
    31 °
    Wed
    31 °
    Thu
    29 °

    ସମ୍ବନ୍ଧିତ