Tuesday, October 6, 2026
28.6 C
Odisha

    ନନ୍ଦନକାନନରେ ଦ୍ବିତୀୟ ଥର ୨ଟି ଛୁଆର ମାଆ ହେଲା ବାଘୁଣୀ ମୌସୁମୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସିର ଖବର । ଧଳା ବାଘୁଣୀ ସେହ୍ନା ଓ ମହାବଳ ବାଘ ମନୀସର ମିଳନରୁ 2016 ମସିହା ଅଗଷ୍ଟ ମାସ 5 ତାରିଖରେ ଧଳା ବାଘୁଣୀ ମୌସୁମୀ ଜନ୍ମ ହୋଇଥିଲା। ଏବେ ଦ୍ବିତୀୟ ଥର ପାଇଁ ମାଆ ହେଲା ବାଘୁଣୀ ମୌସୁମୀ । ଧଳା ବାଘୁଣୀ ମୌସୁମୀ ଜନ୍ମ ଦେଲା 2 ଶାବକ । ଯାହାକୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା 29କୁ ବୃଦ୍ଧି ପାଇଛି ।

    30 ଜୁଲାଇ 2024ରେ ମୌସୁମୀ ପ୍ରଥମ ଥର ମାଆ ହୋଇଥିଲା। ତିନୋଟି ଶାବକ ଜନ୍ମ ଦେଇଥିଲା। ତେବେ ସେମାନଙ୍କର ଠିକ ଭାବରେ ଯତ୍ନ ନେଇ ନପାରିବାରୁ ସମସ୍ତଙ୍କର ମୃତ୍ୟୁ ହୋଇଥିଲା। ନନ୍ଦନକାନନର 20 ନଂ ଖୁଆଡ଼ରେ ଗତକାଲି ବିଳମ୍ବିତ ରାତି ଦୁଇ ଘଣ୍ଟା ଅନ୍ତରରେ 2ଟି ଶାବକ ଜନ୍ମ ଦେଇଥିଲା। ଖୁଆଡରେ ଲାଗିଥିବା ସିସିଟିଭି ମାଧ୍ୟମରେ ତା’ ଉପରେ ନଜର ରଖାଯାଇଛି। ବାଘୁଣୀ ମୌସୁମୀ ଛୁଆମାନଙ୍କର ଯତ୍ନ ନେବା ସହିତ କ୍ଷୀର ପାନ କରାଉଥିବା ଦେଖିବାକୁ ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    75 %
    0.8kmh
    1 %
    Tue
    25 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ